ଦେଶ ବିଦେଶ ସ୍ୱାସ୍ଥ୍ୟ

ଗର୍ଭବତୀ ପ୍ରେମିକାକୁ ପ୍ରଥମେ ଆଲିଙ୍ଗନ କଲା, ପରେ ଛୁରୀରେ ତଣ୍ଟି କାଟି ହତ୍ୟା କଲା ପ୍ରେମିକ

ରାଞ୍ଚୀ,୦୯/୦୩: ଝାଡଖଣ୍ଡର ପଲାମୁ ଜିଲ୍ଲାର ବାଲୁଘାଟରେ ଜଣେ ଯୁବତୀଙ୍କୁ ନୃଶଂସ ଭାବେ ତଣ୍ଟିକାଟି ହତ୍ୟା କରାଯାଇଥିଲା । ଏହି ଘଟଣା ଉପରୁ ପରଦା ଉଠାଇଛି ପୋଲିସ । ହତ୍ୟା ଅଭିଯୋଗରେ ପୋଲିସ ନାବାଳିକାର ପ୍ରେମିକ ଓ ତାର ଜଣେ ସହଯୋଗୀଙ୍କୁ ଗିରଫ କରିଛି । କୌଣସି ଶତ୍ରୁତା ନୁହେଁ ବରଂ ପ୍ରେମ ପ୍ରସଙ୍ଗରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ।

ପୋଲିସର କହିବାନୁସାରେ, ହତ୍ୟା ପଛରେ ଜମିବାଡି କିମ୍ବା ପୂର୍ବ ଶତ୍ରୁତା ନାହିଁ । ପ୍ରଥମେ ଏହି ପ୍ରସଙ୍ଗକୁ ନେଇ ତଦନ୍ତ ଚାଲିଥିଲା । ପୋକ୍ସୋ ଆକ୍ଟରେ ମାମଲା ଚାଲିଥିଲା । ଯୁବତୀଜଣଙ୍କର ମୃତଦେହ ପଲାମୁ ଜିଲ୍ଲାର ହୁସେନାବାଦର ଏକ ଜମିର ମିଳିଥିଲା । ଏହି ହତ୍ୟା ପଛରେ ନାବାଳିକାର ପ୍ରେମିକ ଓମ ପ୍ରକାଶ ସିଂର ହାତ ରହିଛି । ଓମ୍ ପ୍ରକାଶ ନୀରଜ କୁମାର ନାମକ ଜଣେ ଯୁବକଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିଲା ।

ତଦନ୍ତରୁ ସାମ୍ନାକୁ ଆସିଛି ଯେ, ପ୍ରେମିକା ଗର୍ଭବତୀ ଥିଲା । ଓମ ପ୍ରକାଶ ଉପରେ ସେ ବିବାହ ପାଇଁ ଚାପ ପକାଉଥିଲା । ଉଭୟ ଗର୍ଭପାତ କରିବା ନେଇ ଯୋଜନା କରିଥିଲେ । କିନ୍ତୁ ୧୦ ହଜାର ଟଙ୍କା ଆବଶ୍ୟକ ଥିଲା । ଏହାପରେ ଓମ୍ ପ୍ରେମିକାକୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା । ଫେବ୍ରୁଆରୀ ୨୧ରେ ଓମ୍ ପ୍ରେମିକାକୁ ଭେଟିବା ପାଇଁ ଗାଁ ସ୍କୁଲ ନିକଟକୁ ଡାକିଥିଲା । ଉଭୟ କଥାବାର୍ତ୍ତା କରିଥିଲେ ଓ ଆଲିଙ୍ଗନ କରିଥିଲେ । ଏହା ପରେ ସେ ପ୍ରେମିକାର ତଣ୍ଟି କାଟି ହତ୍ୟା କରିଥିଲା । ପ୍ରେମିକାଜଣଙ୍କ ପ୍ରାଣ ହରାଇବା ପରେ ପ୍ରେମିକ ତାଙ୍କୁ ନଈପଠାରେ ପୋତି ଦେଇଥିଲା । କିଛିଦିନ ପରେ ନାବାଳିକାର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହର ଗୋଡରୁ ଜଙ୍ଗଲୀ ଜୀବଜନ୍ତୁ ଖାଇଦେଇଥିବା ଦେଖିବାକୁ ମିଳିଥିଲା ।

ପୋଲିସ ଆହୁରି ମଧ୍ୟ କହିଛି ଯେ, ନାବାଳିକାଜଣଙ୍କ ଓମଙ୍କ ପୂର୍ବରୁ ଆଉଜଣଙ୍କୁ ପ୍ରେମ କରୁଥିଲେ । କିନ୍ତୁ ପରେ ସେ ଓମଙ୍କ ପ୍ରତି ଆକର୍ଷିତ ହୋଇତିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା । ପରେ ଉଭୟ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ନାବିଳାକା ଗର୍ଭବତୀ ହୋଇଥିଲେ । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ