ରାଜ୍ୟ

‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚୁନି କେନ୍ଦ୍ରୀୟ ଯୋଜନା

କଙ୍କଡ଼ାହାଡ଼ : ଗରିବଙ୍କ ସେବାସହ ମା’ ଭଉଣୀମାନଙ୍କୁ ସ୍ୱାବଲମ୍ବୀ କରିବା, ଯୁବବର୍ଗଙ୍କୁ ରୋଜଗାର ଦେବା ଓ ଜନତାଙ୍କ ସୁରକ୍ଷାକୁ କେନ୍ଦ୍ର ମୋଦୀ ସରକାର ପ୍ରାଥମିକତା ଦେଉଛନ୍ତି। ହେଲେ, ଯୋଗ୍ୟ ହିତାଧିକାରୀଙ୍କ ପାଖରେ କେନ୍ଦ୍ରୀୟ ଯୋଜନା ପହଞ୍ଚି ପାରୁନି। ଗୁରୁବାର ଦିନ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନମଣ୍ଡଳୀର କଙ୍କଡ଼ାହାଡ଼ ଯାତ୍ରାପଡ଼ିଆଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର‌େର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ‌ାଧୀନ ସରକାରଙ୍କ ୯ବର୍ଷର ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ପୂର୍ବରୁ ଖଣି ନିଲାମ ପାଇଁ ଓଡ଼ିଶାକୁ ୫ ହଜାର କୋଟି ମିଳୁଥିଲା ଏବଂ ପୁଞ୍ଜିପତିମାନେ ଧନୀ ହେଉଥିଲେ। ଏବେ ମୋଦୀ ସରକାରରେ ଖଣି ନୀତି ସଂସ୍କାର ଓ ଡିଏମ୍‌ଏଫ୍‌ କାରଣରୁ ଗରିବ ଲୋକ ଲାଭ ପାଉଛନ୍ତି। ମାତ୍ର, ଢେଙ୍କନାଳରେ ଡିଏମଏଫରୁ ଆଦାୟ ହେଉଥିବା ଅର୍ଥ ଗରିବଙ୍କ ମୌଳିକ ସୁବିଧା ଓ ଚିକିତ୍ସା ପାଇଁ ଉପଯୋଗ ହେଉନାହିଁ ।

କେନ୍ଦ୍ର ସରକାରଙ୍କ ଆଉ କେତେକ ଯୋଜନା ସମ୍ପର୍କରେ ଉଲ୍ଲେଖକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଢେଙ୍କାନାଳ‌ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ପ୍ରାୟ ୮୦ ହଜାର ଏବଂ ପିଏମ ଆବାସ ଯୋଜନାରେ ସହରରେ ପ୍ରାୟ ୧୦ ହଜାର ଘର ଯୋଗାଇ ଦିଆଯାଇଛି। ସେହିପରି, ଜିଲ୍ଲାରେ ପ୍ରାୟ ୨ ଲକ୍ଷ ହିତାଧିକାରୀଙ୍କ ଘରେ ଉଜ୍ଜଳା ଯୋଜନାରେ ମାଗଣା ରନ୍ଧନ ଗ୍ୟାସ ଦିଆଯାଇଛି। ଏଥିପାଇଁ ମୋଦୀ ସରକାର ପ୍ରାୟ ୩୨ କୋଟି ପ୍ରଦାନ କରିଛନ୍ତି। ଜିଲ୍ଲାକୁ ସୌଭାଗ୍ୟ ଯୋଜନାରେ ଶତପ୍ରତିଶତ ବିଦ୍ୟୁତୀକରଣ ହୋଇଛି। ୭ ଲକ୍ଷ ୬ ହଜାର ୫୭୬ ଜଣ ହିତାଧିକାରୀଙ୍କୁ ମୁଦ୍ରା ଯୋଜନାରେ ୨୭୭୯ କୋଟି ଟଙ୍କାର ଋଣ ଦେବା ପାଇଁ ଅନୁମୋଦନ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ଏଥିସହିତ, ଢେଙ୍କାନାଳରେ ୨ ଲକ୍ଷ ୨ ହଜାର ୫୨୯ ହିତାଧିକାରୀଙ୍କ ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ରାଜ୍ୟ ସରକାର ଏହାକୁ କ୍ରିୟାନ୍ୱୟନ କରିବାରେ ବିଫଳ ହେଉଛନ୍ତି।

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ମୋଦୀ ସରକାରଙ୍କ କଲ୍ୟାଣକାରୀ ଯୋଜନା ପହଞ୍ଚି ପାରୁନାହିଁ।

ଏହି ସମାବେଶରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାଣ ପାଣି,ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ଢେଙ୍କାନାଳ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା ସଭାପତି ନରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।