ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୭ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୩୯ ଜଣ ଥିବାବେଳେ ୧୩୯ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି | ସେହିପରି ୯୮ ଜଣ ସ୍ଥାନୀୟ ସଂକ୍ରମଣରୁ ଜଣାପଡ଼ିଥିବାବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧୧୩ ଜଣ, କଟକରୁ ୧୯ ଜଣ, ସୁନ୍ଦରଗଡରୁ ୧୬, ଷ୍ଟେଟ ପୁଲରୁ ୨୭ ଓ ସମ୍ବଲପୁରରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |

ସେହିପରି ବାଲେଶ୍ୱରରୁ ୫, ଭଦ୍ରକରୁ ୨, ବଲାଙ୍ଗୀରରୁ ୫, ବୌଦ୍ଧରୁ ଜଣେ, ଢେଙ୍କାନାଳରୁ ୩, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪, କେନ୍ଦ୍ରାପଡ଼ାରୁ ୩, ମୟୁରଭଞ୍ଜରୁ ୮ ଜଣ ପଜିଟିଭ ଚିହ୍ନଟ ଓଇଛନ୍ତି | ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୯ ହଜାର ୩୪୫ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୩୮ ହଜାର ୫୦୯ ଜଣ ସୁସ୍ଥ ହୋଇଛନ୍ତି |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ