ଅପରାଧ ରାଜ୍ୟ

ଗଣେଷ ଭସାଣିକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଟାଙ୍ଗିଆ ଚୋଟରେ ଜଣେ ଗୁରୁତର

ଢେଙ୍କାନାଳ ୦୨।୦୯: ଗଣେଷ ମେଢ଼ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଛାଟିଆ ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଗୋଟିଏ ଗୋଷ୍ଠୀର ଟାଙ୍ଗିଆ ଚୋଟରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତଖନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

ଗୁରୁତର ଯୁବକ ଜଣଙ୍କ ଛାଟିଆ ମଝିସାହିର ରଞ୍ଜନ ବେହେରା । ତେବେ ଆକ୍ରମଣ କରିଥିବା ଯୁବକ ଜଣଙ୍କ ଛାଟିଆର ପ୍ରମୋଦ ରାଉତ । ଘଟଣା ପରେ ସେ ଫେରାର ହୋଇଯାଇଛି । ଛାଟିଆ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବଡ଼ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ଉଭୟ ପକ୍ଷ ପୃଥକ ପୃଥକ ଭାବେ ଦୁଇଟି ମଣ୍ଡପରେ ଗଣେଷ ପୂଜା କରୁଥିଲେ ।

ତେବେ ଗୁରୁବାର ଭସାଣି ଉତ୍ସବରେ କେଉଁ ମେଢ଼ ଆଗରେ କିଏ ଯିବ ତାକୁ ନେଇ ବିବାଦ ଉପୁଜିଥିଲା । ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇ ରହିଥିବାରୁ ଛାଟିଆ ଗାଁରେ ପ୍ରବଳ ଉତ୍ତଜେନା ଦେଖିବାକୁ ମିଳିଥିଲା। ଖବର ପାଇ ସଦର ଥାନା ପୋଲିସ, ଫୋର୍ସ ସହ ଛାଟିଆ ଗାଁରେ ପହଞ୍ଚିଛି । ଏହାପରେ ଉତ୍ତେଜନା ସାମାନ୍ୟ ହ୍ରାସ ପାଇଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।