ରାଜ୍ୟ ସ୍ପେଶାଲ ରିପୋର୍ଟ

ଗଠନ ହେଲା ଦୁର୍ନୀତି ବିରୋଧୀ ସାମ୍ମୁଖ୍ୟ

ଭୁବନେଶ୍ୱର: ୧୯୩୬ ମସିହାରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡିଶା ଗଠନ ପାଇଁ ନିଜକୁ ଉତ୍ସାର୍ଗୀକୃତ କରି ଥିବା ମହାମନୀଷୀମାନେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ବାସ୍ତବ ରୂପ ନେଇ ପାରିନାହିଁ। ସମ୍ପଦର ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଓଡ଼ିଶା ଆଜି ବି ଦେଶରେ ଗରିବତମ ରାଜ୍ୟ ଭାବରେ ଗଣା ହଉଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟକୁ ଏହି ପରିଚୟ ଦେଇଛି। ଯେତିକି ବ୍ୟୟବରାଦ ହେଉଛି ତା’ର ସିଂହ ଭାଗ ବାଟମାରଣା ହୋଇ ଯାଉଛି। ଏହି ସମସ୍ୟାର ମୂଳୋତ୍ପାଟନ ପାଇଁ ତଥା ଏକ ଦୁର୍ନୀତିମୁକ୍ତ ଓଡିଶା ଗଠନ ଉଦ୍ଦେଶ୍ୟରେ ‘ମିସନ ଓଡ଼ିଶା@ ୨୦୩୬’ ପକ୍ଷରୁ ଦୁର୍ନୀତି ବିରୋଧୀ ସାମ୍ମୁଖ୍ୟ ଗଠନ ହୋଇଛି ବୋଲି କହିଛନ୍ତି ଆବାହକ ବାସୁଦେବ ଭଟ୍ଟ।
ଆଜି ବସିଥିବା ସାମ୍ମୁଖ୍ୟର ପ୍ରଥମ ବୈଠକରେ ମନୋଜ ଜେନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ପ୍ରସନ୍ନ ବିଷୋୟୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ନିରଦ ବରଣ ଖୁଣ୍ଟିଆ, ପରମେଶ୍ୱର ଦାସ, ଭୁମୋହନ ପଟ୍ଟନାୟକ ପ୍ରମୁଖ ଆଗାମୀ କାର୍ଯ୍ୟପନ୍ଥା ବାବଦରେ ପ୍ରସ୍ତାବ ରଖିଥିଲେ। ଏହି ବୈଠକରେ ଏକ ୨୩ ଜଣିଆ କୋର କମିଟି ଗଠନ କରାଯାଇଥିଲା। ଏହି କମିଟି ସବୁ ସରକାରୀ ଅଫିସରୁ କିପରି ଦୁର୍ନୀତି ହଟିବ ତା’ର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ। ଶିକ୍ଷା, ପୂର୍ତ୍ତ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ, ସ୍ୱାସ୍ଥ୍ୟ ବିଭାଗ ପ୍ରଭୃତିରୁ ପିସି ବନ୍ଦ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବ। ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ପ୍ରତି ଜିଲ୍ଲା, ବ୍ଲକ ଓ ସବୁ ପଂଚାୟତ ପର୍ଯ୍ୟନ୍ତ ବ୍ୟାପକ କରାଯିବ। ଏଥିପାଇଁ ଏହି ସବୁ ଅଫିସରେ ଘେରାଓ, ଅନଶନ କରାଯିବ ସହ ବିଭାଗୱାରି ଦୁର୍ନୀତିଗ୍ରସ୍ତ ଅଫିସରଙ୍କର ତାଲିକା ପ୍ରସ୍ତୁତ କରାଯାଇ ଖବରକାଗଜ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯିବ। ଏସିଏଫ୍‌ ବା ଆଣ୍ଟି କରପ୍‌ସନ୍‌ ଫ୍ରଣ୍ଟ ଏହି ସବୁ ତାଲିକା ଲୋକୟୁକ୍ତ ଓ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ହସ୍ତାନ୍ତର କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିବ। ଆଗାମୀ ଦିନରେ ସବୁ ସହରାଞ୍ଚଳରେ ୧୦୦ରୁ ଉର୍ଦ୍ଧ୍ବ ଏସିଏଫମାନଙ୍କୁ ମାର୍ଶାଲ ଆର୍ଟ, ଜୁଡୋ, ଟାଇକୋଣ୍ଡୋ ଆଦି ଶିକ୍ଷା ଦିଆଯିବ। ଯେଉଁମାନେ ଦୁର୍ନୀତି ଧରେଇବେ, ତାଲିକା ଦେବେ ସେମାନଙ୍କୁ ପୁରସ୍କାର ଓ ଆର୍ଥିକ ସହଯୋଗ ଦେବା ପାଇଁ ଘୋଷଣା କରାଯାଇଛି। ଏହି ଟିମ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ କାମ କରିବାକୁ ଶପଥ ପାଠ କରିଥିଲେ। କୋର କମିଟିରେ ସୁବ୍ରତ ସାହୁ, ଅନୁକୂଳ ସାହୁ, ମିଲ୍ଲୀ ସାହୁ, ହେବାଡ୍ରୀ ଆଚାର୍ଯ୍ୟ, ସୁଶାନ୍ତ ନାୟକ, ମାଧବ ଗାହାଣ, ମାନସୀ ମଲିକ, ସ୍ଲିପିକା ମିଶ୍ର, ସୁଭଦ୍ରା ସେଠୀ, ବାସନ୍ତୀ ରାଉତରାୟ, ରାନୁ ପ୍ରତିହାରୀ, କୁଳମଣି ଜେନା, ଦେବେନ୍ଦ୍ର ନାୟକ, ସୁର ନାୟକ, ମୀନାରାଣୀ ଦାସ, ସ୍ୱର୍ଣ୍ଣ ସାହୁ ଓ ଶୁଭକାନ୍ତ ବେହେରା ପ୍ରମୁଖ ସାମିଲ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।