ଅପରାଧ ରାଜ୍ୟ

ଗଞ୍ଜାମରେ ୧୨୦ ଘରୋଇ କ୍ଲିନିକ୍‌ : କେତେ ଅସଲି,କେତେ ନକଲି?

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏମ୍‌ସ ବିଶେଷଜ୍ଞ ପରିଚୟ ଦେଇ ଏକାଧିକ କ୍ଲିନିକ୍‌ ଚଳାଇଥିବା ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଗିରଫ ହେବା ପରେ ପୁଲିସ ଓ ପ୍ରଶାସନିକ ଟିମ୍‌ ଅଧିକ ତନାଘନା ଚଳାଇଛନ୍ତି। ଗତକାଲି ଡେଙ୍ଗାଉସ୍ତା ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଡେଣ୍ଟାଲ୍‌ କ୍ଲିନିକ୍‌କୁ ଠାବ କରି ସିଲ୍‌ କରାଯାଇଛି। ଆସିକାରେ ଶୁଭ୍ରଜିତ ବ୍ୟବସାୟ ଚଳାଇଥିବା ଏକ ଔଷଧ ଦୋକାନ ଆଗରୁ ନାମଫଳକ ଗାଏବ୍‌ ହୋଇଯାଇଛି। ଏହା ସହ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି, ବ୍ରହ୍ମପୁର, ଆସିକା ସମେତ କଟକ ରାଣୀହାଟରେ ତାର ନର୍ସିଂହୋମ୍‌ ଠାବ କରାଯାଇ ସିଲ୍‌ କରାଯାଇଛି। ଏବେ ସାରା ଜିଲ୍ଲାରେ ସ୍ବତନ୍ତ୍ର ଟିମ୍‌ର ଚଢ଼ଉ ଜାରିରହିଛି।

ଏହି ଘଟଣା ପରେ ରୋଗୀସେବା ନାଁରେ ବେପାର କରୁଥିବା କ୍ବାକ୍‌ ଓ ନକଲି ଡାକ୍ତରଙ୍କ ମଧ୍ୟରେ ଛନକା ପଶି ଯାଇଛି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୨୦ ଘରୋଇ ହସ୍ପିଟାଲ୍‌ ଓ କ୍ଲିନିକ୍‌ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ସେଥି ମଧ୍ୟରୁ ପ୍ରାୟ ୯୦ କ୍ଲିନିକ୍‌ ବ୍ରହ୍ମପୁରରେ ରହିଥିବା ସେ କହିଛନ୍ତି। ତେବେ ଏହି କ୍ଲିନିକ୍‌ଗୁଡ଼ିକର ପଞ୍ଜୀକରଣ ପ୍ରତିବର୍ଷ ନବୀକରଣ ହେଉଥିବା ସିଡିଏମ୍‌ଓ କହିଛନ୍ତି। ପଞ୍ଜୀକରଣ ନକଲେ ସମ୍ପୃକ୍ତ କ୍ଲିନିକ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବ୍ରହ୍ମପୁରରେ ବଡ଼ ଡାକ୍ତରଖାନା ସହିତ ବହୁ କ୍ଲିନିକ୍‌ ରହିଛି। ପ୍ରତିଦିନ ହଜାର ହଜାର ଲୋକ ସ୍ବାସ୍ଥ୍ୟସେବା ପାଇବା ପାଇଁ ବ୍ରହ୍ମପୁର ଆସିଥାନ୍ତି। ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ନାଁରେ କିଛି ଲୋକ ବେପାର କରୁଛନ୍ତି। ବଡ଼ ଡାକ୍ତରଖାନାରୁ ରୋଗୀଙ୍କୁ କ୍ଲିନିକ୍‌କୁ ଚାଲାଣ କରାଯାଉଛି। ଏହାପଛରେ ଏକ ବଡ଼ ରାକେଟ୍‌ କାମ କରୁଛି।

ବିଗତ ଦିନରେ ବ୍ରହ୍ମପୁର ପୁଲିସ ବଡ଼ ଡାକ୍ତରଖାନାରେ ଚଢ଼ଉ କରି ରୋଗୀ ଚାଲାଣ ରାକେଟ୍‌ ଠାବ କରିଥିଲା। କ୍ଲିନିକ୍‌ ନାଁରେ କିଛି ଅସାଧୁ ଲୋକ ଲିଙ୍ଗ ନିରୂପଣ ସହିତ ବେଆଇନ ଗର୍ଭପାତ କାର୍ଯ୍ୟରେ ଲିପ୍ତ ରହୁଥିବା ବିଗତ ଦିନର ଘଟଣାରୁ ସ୍ପଷ୍ଟ ହୋଇଛି। ତେବେ ଏଭଳି ବେଆଇନ କାର୍ଯ୍ୟ ଉପରେ ଆଙ୍କୁଶ ଲଗାଇବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଟିମ୍‌ ବିଭିନ୍ନ ସମୟରେ ଚଢ଼ଉ କରୁଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ପ୍ରତିବର୍ଷ କ୍ଲିନିକ୍‌ର ପଞ୍ଜୀକରଣ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରାଯାଉଛି ବୋଲି ସିଡିଏମ୍‌ଓ ଡା. ମିଶ୍ର କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।