ରାଜ୍ୟ

ଗଞ୍ଜାମକୁ ଦାଦନ ଦୁଃଖ: ୭ମାସରେ ମଲେଣି ୨୬

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଗୋଟିକ ପରେ ଗୋଟିଏ ଦୁଃଖଦ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏଭଳି ସ୍ଥିତିରେ ଏହି ତାଲିକାରେ ଆଉ ଏକ ଘଟଣା ଯୋଡ଼ି ହୋଇଛି। ତାମିଲନାଡ଼ୁର ଚେନ୍ନାଇ ସହରରେ କାମ କରୁଥିବା ଦିଗପହଣ୍ଡି ବ୍ଲକ୍ କଇଠଖଣ୍ଡି ପଞ୍ଚାୟତ ଅଧୀନ ବୋରିପଦର ଗ୍ରାମର କୁନା ଗୌଡ଼ (୨୬)ଙ୍କ ମୃତ୍ୟୁ ଘଟିଛି। ଚଳିତବର୍ଷ ଜାନୁଆରି ମାସରୁ ଆଜି ସୁଦ୍ଧା ତଥା ୭ ମାସ ମଧ୍ୟରେ ଉପରୋକ୍ତ ଘଟଣାକୁ ମିଶାଇ ଜିଲ୍ଲାରେ ୨୬ ଜଣ ପ୍ରାଣ ହରାଇ ସାରିଲେଣି। ନିରଞ୍ଜନ ଗୌଡ଼ଙ୍କ ସାନପୁଅ କୁନା ଚେନ୍ନାଇର ଏକ କମ୍ପାନିରେ କାମ କରୁଥିଲେ। ଗତକାଲି ରାତିରେ ସେ ଭଡ଼ାଘରକୁ ଆସି ସଂପର୍କୀୟ ଭାଇଙ୍କ ସହ ମିଶି ଖାଇବା ପରେ ଶୋଇ ପଡ଼ିଥିଲେ। ଆଜି ସକାଳେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସଂଗେସଂଗେ କୁନାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେ‌ଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପହଞ୍ଚିବା ପରେ ଗ୍ରାମରେ‌ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ନିରଞ୍ଜନ ପରିବାର ପ୍ରତିପୋଷଣ ପାଇଁ ଆସାମରେ କାମ କରୁଛନ୍ତି। ବଡ଼ପୁଅ ମୁନା ଗୌଡ଼ ହାଇଦ୍ରାବାଦ‌ରେ ଏକ କମ୍ପାନିରେ କାମ କରୁଥିବା ବେଳେ ଛାତରୁ ପଡ଼ି ପ୍ରାଣ ହରାଇଥିଲେ। ବର୍ତ୍ତମାନ ସାନପୁଅ କୁନାର ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିଦେଇଛି। କୁନାଙ୍କ ୪ ମାସର ଏକ ଶିଶୁପୁତ୍ର ଓ ପତ୍ନୀ ଅଛନ୍ତି। ଅନ୍ୟପକ୍ଷରେ ଶବକୁ ଆଣିବାକୁ ପରିବାରବର୍ଗଙ୍କ ନିବେଦନ କ୍ରମେ ସରପଞ୍ଚ ମନୋରଞ୍ଜନ ଗୌଡ଼ ସଂଗେସଂଗେ ଦିଗପହଣ୍ଡି ବିଧାୟକ, ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେଠାରୁ କୁନାଙ୍କ ଶବକୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍‌ସ ‌ଯୋଗେ ଅଣାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।