କଳା ଓ ସଂସ୍କୃତି ଧର୍ମ

‘ଗଜ’ରେ ଆସନ୍ତି ‘ଗଜଲକ୍ଷ୍ମୀ’

ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରତିବର୍ଷ କୁମାର ପୂର୍ଣ୍ଣମୀଠାରୁ ଗଜଲକ୍ଷ୍ମୀ ପୂଜାର ଆରମ୍ଭ ହୁଏ। ଦେବୀ ଲକ୍ଷ୍ମୀଙ୍କର ବିଭିନ୍ନ ରୂପ ମଧ୍ୟରୁ ଏହି ରୂପ ଗୋଟିଏ। ଏଥିରେ ତାଙ୍କର ଦୁଇ ପାଶ୍ୱର୍ରେ ଦୁଇଟି ଗଜ ବା ହାତୀ ରହି କଳସରେ ଜଳ ଢାଳୁଥାଆନ୍ତି।

ଏହି ନାମର ଆଉ ଏକ ତାତ୍ପର୍ଯ୍ୟ ମଧ୍ୟ ଅଛି। ତାହା ହେଉଛି- କୁମାର ପୂର୍ଣ୍ଣିମା ରାତିର ଶେଷ ପ୍ରହରରେ ଦେବୀ ଲକ୍ଷ୍ମୀ ଗଜବାହନରେ ପୃଥିବୀକୁ ଆସନ୍ତି ବୋଲି ତାଙ୍କର ନାମ ଗଜଲକ୍ଷ୍ମୀ ହୋଇଛି। ଏ ଦୃଷ୍ଟିରୁ କୁମାରପୂର୍ଣ୍ଣିମାରେ ଗଜଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ।

ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ଦୁଇ ପତ୍ନୀଙ୍କ ମଧ୍ୟରୁ ଜଣେ। ଅନ୍ୟ ଜଣେ ହେଉଛନ୍ତି ସରସ୍ୱତୀ। ଶ୍ରୀଦେବୀ ବା ଲକ୍ଷ୍ମୀ ଶ୍ରୀ ବା ଐଶ୍ୱର୍ଯ୍ୟର ଦେବୀ। ସେ ସୌନ୍ଦର୍ଯ୍ୟ, ସଂପଦ, ଐଶ୍ୱର୍ଯ୍ୟ ଓ ସୌଭାଗ୍ୟର ପ୍ରତୀକ। ପୁରାଣରେ ତାଙ୍କୁ ଶ୍ୱେତଚମ୍ପକ, କଞ୍ଚନପୁଷ୍ପ ବା ହସ୍ତୀଦନ୍ତ ତୁଲ୍ୟ ଶୁଭ୍ର ବୋଲି ବର୍ଣ୍ଣନା କରାଯାଇଛି। ସେ ମଧ୍ୟ ଅସାମାନ୍ୟା ରୂପବତୀ ଓ ଚିରଯୁବତୀ।

ସ୍ୱର୍ଗ, ମର୍ତ୍ତ୍ୟ, ଗାଭୀ ଓ ସାଗର ସବୁଠାରେ ଦେବୀ ଲକ୍ଷ୍ମୀ ବିଦ୍ୟମାନା। ତାଙ୍କର ଅନେକ ନାମ। ସ୍ୱର୍ଗରେ ଇନ୍ଦ୍ରଙ୍କର ସଂପତ୍ତି ରୂପେ ସେ ସ୍ୱର୍ଗଲକ୍ଷ୍ମୀ, ଗୃହସ୍ଥଙ୍କ ଗୃହରେ ସେ ଗୃହଲକ୍ଷ୍ମୀ ଏବଂ ରାଜପ୍ରାସାଦରେ ସେ ରାଜଲକ୍ଷ୍ମୀ। ଗୋଧନମାନଙ୍କର ପ୍ରସୂତି ରୂପେ ସେ ସୁରଭି ଏବଂ କ୍ଷୀରସାଗରଙ୍କ କନ୍ୟା ରୂପେ ସେ ପଦ୍ମିନୀ।

ଦେବୀ ଲକ୍ଷ୍ମୀ ‘ଶ୍ରୀ’ରୂପିଣୀ। ସେ ଚନ୍ଦ୍ରମଣ୍ଡଳରେ, ଆଭୂଷଣରେ, ରତ୍ନରେ, ଫଳରେ, ସମସ୍ତ ଶସ୍ୟରେ, ବସ୍ତ୍ରରେ, ଦେବ ପ୍ରତିମାରେ, ମଙ୍ଗଳଘଟରେ, ହୀରକରେ, ଚନ୍ଦନରେ ଓ ନୂତନ ମେଘରେ ଶ୍ରୀ ବା ଶୋଭା ରୂପରେ ଅବସ୍ଥାନ କରନ୍ତି। ଏଣୁ ସେ ହିଁ ସକଳ ‘ଶ୍ରୀ’ ବା ଶୋଭାର ଆଧାର। ତେଣୁ ତାଙ୍କର ଅବର୍ତ୍ତମାନରେ ସବୁ ‘ଶ୍ରୀହୀନ’ ହୋଇଯାଏ। ସେଥିପାଇଁ କେବଳ କୁମାର ପୂର୍ଣ୍ଣିମାରେ ଗଜଲକ୍ଷ୍ମୀ ଭାବରେ ବା ମାର୍ଗଶିର ମାସରେ ଶସ୍ୟ (ଧାନ୍ୟ) ଲକ୍ଷ୍ମୀ ଭାବରେ ନୁହେଁ; ସାରା ବର୍ଷ ସେ ସମସ୍ତଙ୍କ ଘରେ ନିତ୍ୟ ପୂଜିତା ହୋଇଥାଆନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ