ସୁନ୍ଦରଗଡ ୧୮/୦୬: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ ଆତ୍ମହତ୍ୟା କରିଥିବା ସନ୍ଦେହ । ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରର ୱାର୍ଡ ନଂ ୧ କୁମ୍ଭାର ପଡା ବାବା ତଲାଵ ନିକଟରେ ଏକ ଶୁଖିଲା ଗଛ ଡାଳରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା ।
ସକାଳୁ ଲୋକେ ଦେଖିବାକୁ ପାଇଥିଲେ । ଯୁବକ ଜଣକ ମଧୁ ସୁଦନ କଲୋନୀର ଚନ୍ଦନ ସିଂ ବୋଲି ଜଣାପଡିଛି । ଯୁବକ ଜଣକ ବେକରେ ବେଡ଼ଶିଟ ବାନ୍ଧି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।