ସାନଖେମୁଣ୍ଡି ୨୬।୦୫ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବୁରୁପଡ଼ା ରେଣ୍ଟ ବିଳମାଳ ଗାଁରେ ଅଘଟଣ । କେଳିକଦମ୍ବ ଗଛରେ ଝୁଲିପଡିଲେ ଯୁବକ । ମୃତକଙ୍କ ନାମ ବିଦେଶୀ ସେଠୀ ଏବଂ ତାଙ୍କ ବୟସ ୩୮ ବର୍ଷ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଶେରଗଡ଼ ବ୍ଲକ ଧନ୍ୟନ୍ତର ଗାଁରେ ବିଦେଶୀ ସେଠୀ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହିଞ୍ଜିଳି ଥାନା ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।