ଦେଶ ବିଦେଶ ଧର୍ମ

ଗଙ୍ଗା ସ୍ନାନ ଉପରେ ଲାଗିଥିଲା କଟକଣା, ନିୟମ ଭାଙ୍ଗି ଗଙ୍ଗାରେ ବୁଡ଼ ପକାଇଲେ ଶହ ଶହ ଲୋକ

ହରିଦ୍ୱାର: ରବିବାର ଦିନ ଗଙ୍ଗା ଦଶହରା ଅବସରରେ ଉତ୍ତରାଖଣ୍ଡ ହରିଦ୍ୱାରର ଗଙ୍ଗା କୂଳରେ ଶହ ଶହ ଭକ୍ତ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି | କରୋନା ମହାମାରୀ ପାଇଁ ପ୍ରଶାସନ ଗଙ୍ଗା ସ୍ନାନ ଉପରେ ରୋକ ଲଗାଇଥିବା ବେଳେ ଲୋକେ ଖୁଲମ ଖୁଲା ନିୟମ ଉଲ୍ଲଙ୍ଘନ କରି ଗଙ୍ଗାରେ ବୁଡ଼ ପକାଉଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି | ଏହି ସମାନ ଦୃଶ୍ୟ ଉତ୍ତରପ୍ରଦେଶର ଫାରୁଖବାଦ୍ ସହରରେ ମଧ୍ୟ ଦେଖିବାକୁ ମିଳିଛି | ଲୋକେ ଉଭୟ ସ୍ଥାନରେ ମାସ୍କ ନପିନ୍ଧିବା ଶହ ସାମାଜିକ ଦୂରତା ଅବଲମ୍ବନ ନକରି ବୁଡ଼ ପକାଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଗତକାଲି ଜୁନ୍ ୨୦ ଏବଂ ଜୁନ୍ ୨୧ରେ ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ଅବସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଗଙ୍ଗା ସ୍ନାନକୁ କରୋନା ମହାମାରୀ କାରଣରୁ ରଦ୍ଦ କରିଦିଆଯାଇଥିବା ନେଇ ପ୍ରଶାସନ ଘୋଷଣା କରିଥିଲା | ବରିଷ୍ଠ ପୋଲିସ୍ ଅଧୀକ୍ଷକ ଡି ସେଣ୍ଟିଲ୍ ଅବୁଦାଇ କୃଷ୍ଣରାଜ ଏସ୍ କହିଥିଲେ ଯେ ଜୁନ୍ ୨୦ ଏବଂ ୨୧ରେ ବାହାର ରାଜ୍ୟରୁ ଭକ୍ତମାନେ ହରିଦ୍ୱାରକୁ ଆସିବା ଉଚିତ୍ ନୁହେଁ। କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଥିବାରୁ ଲୋକମାନେ ଘରେ ରହିବା ଉଚିତ | ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ସ୍ନାନ ପର୍ବରେ ହର କି ପୌରୀ ଘାଟରେ ଏକ ସାଙ୍କେତିକ ସ୍ନାନ ହେବ | ଏହି ସାଙ୍କେତିକ ସ୍ନାନରେ, କେବଳ ତୀର୍ଥ ପୁରୋହିତ ଏବଂ ଗଙ୍ଗା ସଭାର ଅଧିକାରୀମାନେ ସ୍ନାନ କରିପାରିବେ | ହର୍ କି ପୌରୀ ଏବଂ ଅନ୍ୟାନ୍ୟ ଘାଟରେ ସାଧାରଣ ଭକ୍ତମାନେ ପବିତ୍ର ବୁଡ଼ ପକାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ