ମନୋରଞ୍ଜନ

ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣଙ୍କ ହୃଦଘାତରେ ପରଲୋକ

ମୁମ୍ବାଇ ୨୨/୫ : ‘ମେନ୍ ପ୍ୟାର୍ କିୟା’, ‘ହମ୍ ଆପକେ ହୈ କୌନ୍ ଭଳି ସମସ୍ତ ସୁପର ହିଟ୍ ଚଳଚ୍ଚିତ୍ରରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରସିଦ୍ଧ ସଂଗୀତକାର ରାମ ଲକ୍ଷ୍ମଣ ଓରଫ ବିଜୟ ପାଟିଲଙ୍କ ନାଗପୁରରେ ପରଲୋକେ । ଶୁକ୍ରବାର ବିଳମ୍ୱିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । ୭୮ ବର୍ଷୀୟ ବିଜୟ ପାଟିଲଙ୍କ ପୁଅ ଅମର ପାଟିଲ ତାଙ୍କ ପିତାଙ୍କ ମୃତ୍ୟୁକୁ ନେଇ ନିଶ୍ଚିତ କରିଛନ୍ତି ।

ସେ କହିଛନ୍ତି, “ବାପା କରୋନାରେ ସଂକ୍ରମିତ ହୋଇନଥିଲେ । ସେ ୬, ୭ ଦିନ ପୂର୍ବରୁ କରୋନା ଟିକାର ତ୍ୱିତୀୟ ଡୋଜ୍ ନେଇଥିଲେ । ସେବେଠାରୁ ସେ ଜ୍ୱରରେ ପୀଡିତ ଥିଲେ । ବହୁତ ଦୁର୍ବଳତା ଭଳି ଅନୁଭବ କରୁଥିଲେ । ତେବେ ଗତକାଲି ବିଳମ୍ୱିତ ରାତିରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ସୂଚନାଯୋଗ୍ୟ ଯେ ରାମ ଲକ୍ଷ୍ମଣ ମହାରାଷ୍ଟ୍ରର ନାଗପୁର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୁଅ ଅମର ପାଟିଲ କହିଛନ୍ତି ଯେ କରୋନା ବଢୁଥିବାରୁ ସେ ଗତ ବର୍ଷ ଅକ୍ଟୋବରରେ ନାଗପୁରରେ ଥିବା ତାଙ୍କ ଘରକୁ ନେଇଥିଲେ ଏବଂ ସେବେଠାରୁ ସେ ସେଠାରେ ରହିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ