ରାଜ୍ୟ ସ୍ପେଶାଲ ରିପୋର୍ଟ

ଖୋଲୁଛି ‘ନାଗ’ ପେଡି, ଇଡି ଅଫିସରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୨୩।୧୧ : ପ୍ରଥମେ ଅକ୍ଷୟ ପରିଜା ଆଉ ଏବେ ଶ୍ରଦ୍ଧାଞ୍ଜଳି । ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ।

ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ହୋଇଥିବା ଆର୍ଥିକ କାରବାର ନେଇ ଖୋଲତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହିକ୍ରମରେ ଇଡି ଅର୍ଚ୍ଚନାଙ୍କ ପୈତୃକ ଘର, ଶାଶୁ ଘର ଏବଂ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରିଥିଲା । ଏହି ସବୁ ସ୍ଥାନରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ମଧ୍ୟ କରିଛି ଇଡି ।

ତେବେ ଆର୍ଥିକ କାରବାର ନେଇ ଫିଲ୍ମ ପ୍ରଯୋଜକ ଅକ୍ଷୟ କୁମାରଙ୍କୁ ନୋଟିସ୍‌ କରିଥିଲା ଇଡି । ଏହିପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ଅକ୍ଷୟ ପରିଜା ଇଡିରେ ହାଜର ହୋଇଥିଲେ । ଦୀର୍ଘ ୯ ଘଣ୍ଟା ଧରି ଅକ୍ଷୟ ପରିଜାଙ୍କୁ ଜେରା କରିଥିଲା ଇଡି । ନ୍ୟାୟ ବ୍ୟବସ୍ଥା ଉପରେ ମୋର ସଂପୂର୍ଣ୍ଣ ଭରସା ରହିଛି ବୋଲି ବାହାରକୁ ଆସିବା ପରେ ଅକ୍ଷୟ ପରିଜା କହିଥିଲେ । ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଛନ୍ତି ତାଙ୍କ ଓକିଲ । ଆଉ ଏବେ ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ବୁଧବାର ଦିନ ହାଜର ହେବା ପାଇଁ ନୋଟିସ୍‌ କରିଥିଲା ଇଡି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।