ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଖୋଲିଲା ଅଷ୍ଟମ ଶ୍ରେଣୀ : ସକାଳ ୯ରୁ ୧୨.୩୦ ଯାଏ ପାଠ ପଢ଼ାଇବାକୁ ନିଷ୍ପତ୍ତି

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଖୋଲିଲା ପ୍ରାଥମିକ ସ୍କୁଲ । ପ୍ରଥମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠ ପଢା ଆରମ୍ଭ ହେଉଛି । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିଛି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି । ସ୍କୁଲକୁ ପରିଷ୍କାର ପରିଚ୍ଛନ କରାଯିବା ସହ ବିଶୋଧନ କରାଯାଇଛି ।

ପ୍ରଥମ ଦୁଇ ଦିନ ଅର୍ଥାତ୍ ଆଜି ଓ ଆସନ୍ତାକାଲି ପିଲାମାନଙ୍କ ମଧ୍ୟରେ ହସଖୁସି ଚାଲିବ । ପିଲାମାନେ ଅଧିକ ଦିନ ଘରେ ରହି ଯାଇଥିବାରୁ ସେମାନଙ୍କୁ ପୁଣି ସ୍କୁଲ ପରିବେଶ ସହ ଖାପ ଖୁଆଇବା ପାଇଁ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଂଗୀତଗାନ, ଚିତ୍ରାଙ୍କନ ଆଦି କରାଯିବ । ୧୮ ମାସ ପରେ କ୍ଲାସରୁମ୍ ଶିକ୍ଷା ଆରମ୍ଭ ହେଉଥିବାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସପ୍ତମ ଶ୍ରେଣୀର ସହଜ ବିଷୟବସ୍ତୁ ପ୍ରଥମ ପଢାଯିବ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି