ରାଜ୍ୟ ସ୍ପେଶାଲ ରିପୋର୍ଟ

ଖୋଲା ଆକାଶ ତଳେ ଶହଶହ ନିରାଶ୍ରୟ: ସୁପ୍ରିମକୋର୍ଟଙ୍କ ଆଦେଶ ଧର୍ମକୁ ଆଖିଠାର

ଭୁବନେଶ୍ବର: ସହରର ଖୋଲା ଆକାଶ ତଳେ କେହି ଶୋଇବେନି। ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେବା ପରେ ସହରାଞ୍ଚଳ ବାସହୀନଙ୍କ ପାଇଁ ତିଆରି ହୋଇଥିଲା ‘ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ’(ଏସ୍‌ୟୁଏଚ୍‌)। ରାଜ୍ୟର ସମସ୍ତ ପୌରସଂସ୍ଥାଙ୍କ ସହ ବିଏମ୍‌ସି ଅଞ୍ଚଳରେ ଜାତୀୟ ସହରାଞ୍ଚଳ ଜୀବୀକା ମିସନ୍‌ (ଏନ୍‌ୟୁଏଲ୍‌ଏମ୍‌)ଅଧୀନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏସ୍‌ୟୁଏଚ୍‌ ନିର୍ମାଣ ହୋଇଥିଲା। ହେଲେ ନିରାଶ୍ରୟଙ୍କ ଭାଗ୍ୟ କିନ୍ତୁ ପରିବର୍ତ୍ତନ ହେଲାନି। ରାସ୍ତାକଡ଼ରେ ସେମିତି ପଡ଼ି ରହିଲେ। ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଗାଡ଼ି ଚଢ଼ିଯିବାରୁ ଜୀବନ ବି ଚାଲିଗଲା। ଗତ ମାସ ୩୦ ତାରିଖରେ ରାଜମହଲ ଓଭରବ୍ରିଜ୍‌ ତଳେ ଶୋଇଥିବା ଜଣେ ଦିନ ମଜୁରିଆଙ୍କ ଉପରେ ଗାଡ଼ି ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ତଥାପି ବିଏମ୍‌ସି ଚେତିଲା ନାହିଁ। କେବଳ ଗୋଟିଏ ‌ବୈଠକରେ ତନାଘନା କରିବା ପରେ ବସି ପଡ଼ିଛି। ଏବେ ବି ରାଜଧାନୀର ଖୋଲା ଆକାଶ ତଳେ ଫୁଟ୍‌ପାଥ୍‌ରେ ଲୋକମାନେ ଶୋଉଛନ୍ତି। ତେଣୁ ସୁପ୍ରିମକୋର୍ଟଙ୍କ ଆଦେଶ ଧର୍ମକୁ ଆଖି ଠାର ଭଳି ହୋଇଛି ବୋଲି ମତ ପ୍ରକାଶ ପାଇଛି।

ରାଜଧାନୀର ବିଭିନ୍ନ ସ୍ଥାନରେ ୭ଟି ସହରାଞ୍ଚଳ ଏସ୍‌ୟୁଏଚ୍‌ ରହିଛି। ମାଳିସାହି, ଭୀମପୁର, ଗଙ୍ଗନଗର, ଘାଟିକିଆ, ଅଶୋକନଗର, ଚନ୍ଦ୍ରଶେଖରପୁର ଓ ୟୁନିଟ୍‌-୩ ସୋସିଓ ଇକ୍ୟୁଟି ସେଣ୍ଟରରେ ଏସ୍‌ୟୁଏଚ୍‌ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ପରିଚାଳନା କରିବା ପାଇଁ ବାର୍ଷିକ ୫୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ପୂର୍ବରୁ ସୁଡା(ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା) ଜରିଆରେ ଏହାର ପରିଚାଳନା କରୁଥିଲା। ସରକାର ଏହାର ଖର୍ଚ୍ଚ ବହନ କରୁଥିଲେ। କିନ୍ତୁ ଗତ ବର୍ଷ ଜୁଲାଇ ୨୧ ତାରିଖରେ ସରକାର ଏହି ସବୁ ଏସ୍‌ୟୁଏଚ୍‌ର ଖର୍ଚ୍ଚ ବହନ କରିବା ସହ ପରିଚାଳନା କରିବାକୁ ବିଏମ୍‌ସିକୁ ଚିଠି ଲେଖିଥିଲେ। ଏହି ଚିଠି ଆଧାରରେ ବିଏମ୍‌ସି ନିଜ ପାଣ୍ଠିରୁ ବର୍ଷକୁ ୫୪ ଲକ୍ଷରୁ ଅଧିକ ଖର୍ଚ୍ଚ କରୁଛି। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ପ୍ରତ୍ୟେକ ଲକ୍ଷେ ଜନସଂଖ୍ୟାରେ ଶହେ ଶଯ୍ୟା ବିଶିଷ୍ଟ ଗୋଟିଏ ଏସ୍‌ୟୁଏଚ୍‌ ନିର୍ମାଣ ହେବା କଥା। କିନ୍ତୁ ଭୁବନେଶ୍ବରରେ ୭ଟି ରହିଛି। ସହରରେ ଏବେ ଜନସଂଖ୍ୟା ୧୫ଲକ୍ଷ ଛୁଇଁଥିବାରୁ ଏଠାରେ ୧୫ଟି ଏସ୍‌ୟୁଏଚ୍‌ରେ ୧୫୦୦ ଶଯ୍ୟା ରହିବା କଥା। ପୁଣି ବିଏମ୍‌ସି ଘରୋଇ ସଂସ୍ଥାଙ୍କ ହାତରେ ଏଗୁଡ଼ିକର ପରିଚଳାନା ଭାର ଛାଡ଼ି ଦେଇ ବସିଯାଇଛି। ନିରାଶ୍ରୟମାନଙ୍କ ବାବଦରେ କୌଣସି ଅନୁଧ୍ୟାନ କରାଯାଉନାହିଁ। ଅଧିକ ଏସ୍‌ୟୁଏଚ୍‌ ଆବଶ୍ୟକତା ଥିବା ବେଳେ ନିର୍ମାଣ ହେଉ ନାହିଁ। ଏସ୍‌ୟୁଏଚ୍‌ ଦାୟିତ୍ବରେ ଥିବା ବିଏମ୍‌ସିର ଅଧିକାରୀଙ୍କୁ ଏଭଳି ଅନେକ ପ୍ରଶ୍ନ କାଠଗଡ଼ାକୁ ଟାଣିଛି। ତେବେ ସମୀକ୍ଷା ହୋଇଛି, ନିୟମିତ ନିରାଶ୍ରୟଙ୍କୁ ଉଠାଯିବା ସହ ସୁବ୍ୟବସ୍ଥିତ କରିବାକୁ ଯୋଜନା ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।