ରାଜ୍ୟ

ଖୋର୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୭୫ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତହିଁରୁ ଅଧାରୁ ଅଧିକ ହେଉଛନ୍ତି ଖୋର୍ଧା ଜିଲ୍ଲାର। ଗତ କିଛିବର୍ଷ ହେବ ଭୁବନେଶ୍ବର ସମେତ ରାଜ୍ୟରେ ଡେଙ୍ଗୁ ଲୋକଙ୍କୁ କଲବଲ କରୁଛି। ଏବେ ବର୍ଷା ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ପ୍ରତିବର୍ଷ ଜୁଲାଇରୁ ସେପ୍ଟେମ୍ବର ମାସରେ ଡେଙ୍ଗୁର ପ୍ରଭାବ ଅଧିକ ରହିଥାଏ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ଅନୁସାରେ ରାଜ୍ୟରେ ୧୧,୪୪୬ ନମୁନା ପରୀକ୍ଷା ହୋଇଛି। ଏଥିରେ ୧୮୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଧା ଜିଲ୍ଲାରୁ ୯୬ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିରେ ଭୁବନେଶ୍ବରରୁ ୩୬ଜଣ ରୋଗୀ ରହିଛନ୍ତି। ଏହାବାଦ୍ ଯାଜପୁର ୧୨, କଟକ ୧୧, ବାଲେଶ୍ବର ଓ ପୁରୀରୁ ୧୦ ଲେଖାଏ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୧୨ଟି ଜିଲ୍ଲାରେ ଏ ଯାଏ ବି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତେବେ ଗତବର୍ଷ ଏହି ସମୟରେ ଖୋର୍ଧା ଜିଲ୍ଲାରେ ୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଭୁବନେଶ୍ବରର ନୂଆପଲ୍ଲୀ, ସହିଦନଗର, ଭୀମଟାଙ୍ଗୀ ଆଦି ଅଞ୍ଚଳରୁ ଅଧିକାଂଶ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଡେଙ୍ଗୁର ମୁକାବିଲା ପାଇଁ ସବୁ ଜିଲ୍ଲାକୁ ଏସ୍‌ଓପି ଜାରି କରାଯାଇଛି। ଏହାସହ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ଡେଙ୍ଗୁ ପ୍ରସ୍ତୁତି ନେଇ ଅବଗତ କରାଇଛନ୍ତି। ଡେଙ୍ଗୁ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ୱାର୍ଡ ଖୋଲାଯାଇଛି। ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁକାବିଲା ପାଇଁ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ‌ଦିଆଯାଉଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ଗତବର୍ଷ ତୁଳନାରେ ଚଳିତବର୍ଷ ଦୁଇଗୁଣା ଲୋକଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଛି। ୪୦ଟି ସେଣ୍ଟିନେଲ ସାଇଟ୍‌ରେ ଏଲିଶା ପଦ୍ଧତିରେ ପରୀକ୍ଷା କରାଯାଉଛି। ପର୍ଯ୍ୟାପ୍ତ ପରିମାରଣ ଶଯ୍ୟା ଓ ଔଷଧ ସଂରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ମେଡିକାଲ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏହାସହ ରକ୍ତ ଓ ପ୍ଲାଟିଲେଟ ମହଜୁଦ ରଖିବାକୁ ରକ୍ତ ଭଣ୍ଡରମାନଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ଲୋକମାନେ ସଚେତନ ରହିବାର ଆବଶ୍ୟକତା ରହିଛି ବୋଲି ଡା.ମିଶ୍ର ପରାମର୍ଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।