ରାଜ୍ୟ

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳପଥ ପ୍ରକଳ୍ପ: ଗତ ଦଶନ୍ଧିରେ ବଜେଟର ଅଧା ବି ଖର୍ଚ୍ଚହୋଇନି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବଲାଙ୍ଗୀର : ଚଳିତ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ରେକର୍ଡ ପରିମାଣ ଅର୍ଥ ୧୫୯୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଗତ ଆର୍ଥିକ ବର୍ଷ ତଥା ୨୦୨୨–୨୩ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ଓ ୨୦୨୧–୨୨ ଆର୍ଥିକ ବର୍ଷରେ ୧୦୦୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। କେନ୍ଦ୍ର ସରକାର ହାତ ଖୋଲି ଏହି ଅବହେଳିତ ପ୍ରକଳ୍ପ ପାଇଁ ପ୍ରଚୁର ଟଙ୍କା ବଜେଟରେ ଘୋଷଣା କରୁଥିବା ବେଳେ ଖର୍ଚ୍ଚ କିନ୍ତୁ କୃପଣ ଭଳି କରୁଥିବା ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ତା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ଶ୍ରୀ ପଣ୍ଡାଙ୍କ ଅଭିଯୋଗ ହେଲା, ବଜେଟ ବ୍ୟୟ ଘୋଷଣା ପରେ ଖୋର୍ଦ୍ଧାରୋଡ଼- ବଲାଙ୍ଗୀର ରେଳପଥକୁ ସଂଯୋଗ କରୁଥିବା ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଯେତିକି ଆନନ୍ଦ ପ୍ରକାଶ ପାଉଛି ରେଳପଥ ନିର୍ମାଣ ପାଇଁ କରାଯାଉଥିବା ବାର୍ଷିକ ଖର୍ଚ୍ଚର ପରିମାଣକୁ ଦେଖିଲେ ସେତିକି ନିରାଶ ଲାଗୁଛି। ପ୍ରତି ବର୍ଷର ବଜେଟ ଘୋଷଣା ସହ କରାଯାଉଥିବା ବାର୍ଷିକ ଖର୍ଚ୍ଚକୁ ତୁଳନା କଲେ ସରକାର ଅଭ୍ୟାସଗତ ଭାବେ ପ୍ରତିବର୍ଷ ଏଭଳି କୁନ୍ଥକୁନ୍ଥ ହୋଇ ଖର୍ଚ୍ଚ କରୁଛନ୍ତି। ବଜେଟରେ ଘୋଷଣା କରାଯାଉଥିବା ଅର୍ଥକୁ ପ୍ରକଳ୍ପରେ ବିନିଯୋଗ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତି ବିଷୟରେ ଅଜ୍ଞ ରହି ଅନ୍ଧ ଭାବରେ କେବଳ ବ୍ୟୟ ଘୋଷଣା କରିବା ଦ୍ବାରା ଏଭଳି ସ୍ଥିତି ଉପୁଜିଛି। ରାଜନୈତିକ ଅଭିସନ୍ଧିମୂଳକ ଶସ୍ତା ଜନପ୍ରିୟତା ପାଇଁ ଦେଶର ବଜେଟ ବ୍ୟୟ ଅଟକଳ ଘୋଷଣା କରାଯାଉଥିବା କଥା ଖୋର୍ଦ୍ଧାରୋଡ଼- ବଲାଙ୍ଗୀର ପାଇଁ ଘୋଷିତ ବଜେଟ ଅର୍ଥ ଓ ଖର୍ଚ୍ଚର ପରିମାଣକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି।

India Today

ସୂଚନା ଅଧିକାର ଆଇନ ବଳରେ ପୂର୍ବତଟ ରେଳ କାର୍ଯ୍ୟାଳୟରୁ ସୂଚନା କର୍ମୀ ପଣ୍ତାଙ୍କୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଗତ ବର୍ଷ ତଥା ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ ବଜେଟ ବ୍ୟୟ ଥିଲା ୮୯୧ କୋଟି ୧୧ ଲକ୍ଷ ଟଙ୍କା। କିନ୍ତୁ ଖର୍ଚ୍ଚ ହୋଇଛି ମାତ୍ର ୨୮୭ କୋଟି ୩୬ ଲକ୍ଷ ଟଙ୍କା। ଯାହାକି ଘୋଷିତ ଅର୍ଥର ମାତ୍ର ୩୨ ପ୍ରତିଶତ। ଠିକ୍‌ ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଘୋଷଣା କରାଯାଇଥିବା ୧୦୦୦ କୋଟି ୫୦ ଲକ୍ଷ ଟଙ୍କାରୁ ଖର୍ଚ୍ଚ କରାଯାଇଛି ମାତ୍ର ୩୭୧ କୋଟି ୮୪ ଲକ୍ଷ ଟଙ୍କା। ଯାହାକି ଘୋଷିତ ମୂଲ୍ୟର ମାତ୍ର ୩୫ ପ୍ରତିଶତ। ବିଗତ ୧୨ ବର୍ଷର ବଜେଟ ଘୋଷଣା ଓ ଖର୍ଚ୍ଚ ସମ୍ପର୍କିତ ତଥ୍ୟକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଛି ଯେ ବିଗତ ଦଶନ୍ଧିର ବଜେଟରେ ଘୋଷଣା କରାଯାଇଥିବା ଅର୍ଥରାଶିର ଅର୍ଧେକ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଇ ନାହିଁ। ବିଗତ ବଜେଟମାନଙ୍କରେ ଘୋଷଣା କରିଛନ୍ତି ଯେତିକି ତାଠୁ ଅଧିକ ଫେରିଛି। ପ୍ରତ୍ୟେକ ବର୍ଷ ବାରମ୍ବାର ମନଲୋଭା ବଜେଟ ଦିଆଯାଉଛି ସତ କିନ୍ତୁ ଘୋଷିତ ଅର୍ଥର ଅଧାରୁ ଅଧିକ ଫେରିଯାଉଛି।

ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି କରାଯାଉଥିବା ଅଭିଯୋଗ ଆଣିଛନ୍ତି ହେମନ୍ତ। ଏଭଳି ଆକର୍ଷଣୀୟ ବଜେଟ ଘୋଷଣା ପଛରେ ଶସ୍ତା ଜନପ୍ରିୟତା ପାଇଁ ରାଜନୈତିକ ଅଭିସନ୍ଧି ରହିଥିବା ଅଭିଯୋଗ ଆଣିବା ସହ ଏହା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ସେ କହିଛନ୍ତି। ୨୦୧୧–୧୨ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମୁଦାୟ ୧୨ଟି ଆର୍ଥିକ ବର୍ଷରେ ଖୋର୍ଦ୍ଧାରୋଡ ବଲାଙ୍ଗୀର ପ୍ରକଳ୍ପ ପାଇଁ ୪୬୯୨ କୋଟି ଟଙ୍କା ବଜେଟ ଘୋଷଣା କରାଯାଇଥିବା ବେଳେ ଖର୍ଚ୍ଚ କରାଯାଇଛି ମାତ୍ର ୨୦୦୩ କୋଟି ୨୬ ଲକ୍ଷ ଟଙ୍କା। ଘୋଷଣା କରାଯାଇଥିବା ବିପୁଳ ଅର୍ଥରାଶି ପରିମାଣର ଅଧା ମଧ୍ୟ ଖର୍ଚ୍ଚ କରାଯାଇ ନାହିଁ। ପ୍ରକଳ୍ପ କେବେ ସରିବ ଏହାର ସମୟସୀମା ବର୍ତ୍ତମାନ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ଏହି ପ୍ରକଳ୍ପ ୨୦୦୦ ମସିହାରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଥମେ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୨୨ ବର୍ଷ ପରେ ମଧ୍ୟ ଏହାକୁ ଶେଷ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା କରାଯାଇ ପାରିନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।