ଅପରାଧ ରାଜ୍ୟ

ଖୋର୍ଦ୍ଧା ଡମଣଭୂଇଁରେ ଗୁଳି ଫୁଟିଲା: ଖଣ୍ଡା, ଗୁଳି ସହ ପିସ୍ତଲ ଜବତ

ଖୋର୍ଦ୍ଧା: ସରକାରୀ ଜମି ଦଖଲକୁ ନେଇ ଆଜି ଜଙ୍କିଆ ଥାନା ଓଳସିଂ ନିକଟ ଡମଣଭୂମିରେ ଗୁଳି ଫୁଟିଛି। ୪ ରାଉଣ୍ଡ ଗୁଳି ମାଡ଼ ହୋଇଥିଲେ ବି ସୌଭାଗ୍ୟବଶତଃ ପ୍ରିୟବ୍ରତ ଭୋଳ ବର୍ତ୍ତିଯାଇଛନ୍ତି। ପ୍ରିୟବ୍ରତଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଘର ସମ୍ମୁଖରେ ଥିବା ସରକାରୀ ଜମିକୁ ପଡ଼ୋଶୀ ସନ୍ତୋଷ ଭୋଳ ଜୋର୍‌ ଜବରଦସ୍ତ ଅକ୍ତିଆର କରିବାକୁ ଚାହୁଥିଲେ। ଆଜି ସେ ସେଠାରେ ଗଛ ଲଗାଉଥିବା ବେଳେ ପ୍ରିୟବ୍ରତ ବାରଣ କରିଥିଲେ। କିନ୍ତୁ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ସନ୍ତୋଷ ହଠାତ୍‌ ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚାଳନା କରିଥିଲେ।

ସୌଭାଗ୍ୟବଶତଃ ଗୁଳିଗୁଡ଼ିକ ପ୍ରିୟବ୍ରତଙ୍କ ଦେହରେ ବାଜି ନଥିଲା। ଗୁଳିମାଡ଼ରୁ ଖସିଯିବା ଦେଖି ସନ୍ତୋଷଙ୍କ ସହ ଥିବା ତାଙ୍କ ପରିବାର ଲୋକେ ପ୍ରିୟବ୍ରତଙ୍କୁ ଖଣ୍ଡା ଧରି ଗୋଡ଼ାଇଥିଲେ। କିନ୍ତୁ କିଛି ଗ୍ରାମବାସୀ ସେଠାରେ ପହଞ୍ଚିଯିବାରୁ ସେମାନେ ପଳାଇଥିଲେ। ଖବର ପାଇ ଜଙ୍କିଆ ଥାନା ପୁଲିସ ଗାଁରେ ପହଞ୍ଚିଥିଲା। ପୁଲିସ ଜଣଙ୍କୁ ଧରି ଥାନାକୁ ନେଇଥିବା ବେଳେ ଏକ ଦେଶୀ ବନ୍ଧୁକ, ୪ ଗୁଳି ଓ ଗୋଟିଏ ଖଣ୍ଡା ଜବତ କରିଛି। ସରକାରୀ ଜମି ପାଇଁ ଏହି ଘଟଣା ଡମଣଭୂମି ଗାଁରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗାଁ’ରେ ଚାପା ଉତ୍ତେଜନା ଲାଗି ରହିଛି। ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।