ନୂଆଦିଲ୍ଲୀ,୨୬/୦୬: ଭାରତୀୟ କ୍ରିକେଟ୍ ଟିମ୍ ଏବେ ଇଂଲଣ୍ଡ ଗସ୍ତରେ ଅଛି । ଏଠାରେ ଦଳ ଲିସେଷ୍ଟରଶାୟର କ୍ଲବ୍ ସହ ଓ୍ୱାର୍ମଅଫ୍ ମ୍ୟାଚ୍ ଖେଳୁଛି । ତେବେ ମ୍ୟାଚ୍ ବେଳେ ଇଂଲଣ୍ଡର କିଛି ଫ୍ୟାନ୍ ଭାରତୀୟ ଖେଳାଳିଙ୍କ ସହ ଅଭଦ୍ରାମି କରିଥିବା ଦେଖିବାକୁ ମିଳିଥିଲା । ସେମାନେ ଭାରତୀୟ ଖେଳାଳି କମଲେଶ୍ ନାଗରକୋଟିଙ୍କ ମଜାକ ଉଡାଇଥିଲେ ।
ତେବେ ଏହା ଦେଖି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ରାଗି ଯାଇଥିଲେ । ଏହାସହ ଯୁବ ଖେଳାଳିଙ୍କ ପାଇଁ ବାହାରିଥିଲେ । ସେ ଡ୍ରେସିଂ ରୁମ୍ ଲନରେ କିଛି ଫ୍ୟାନସଙ୍କୁ କଣ କହୁଥିବା ନଜର ଆସିଥିଲେ । ତେବେ କୋହଲି କମଲେଶ ଆପଣଙ୍କ ପାଇଁ ଏଠାକୁ ଆସିନଥିବା କହୁଥିବା ଶୁଣିବାକୁ ମିଳିଥିଲା ।
କମଲେଶଙ୍କ ସହ ସେଲ୍ଫି ନେବାକୁ ଚାହୁଁଥିଲେ ଫ୍ୟାନ୍ସ
ରିପୋର୍ଟ ଅନୁସାରେ, କମଲେଶ ଭାରତୀୟ ଟେଷ୍ଟ୍ ଚିମରେ ସାମିଲ ନାହାଁନ୍ତି । ସେ ନେଟ୍ ବୋଲର ଭାବେ ଟିମ୍ ସହ ଇଂଲଣ୍ଡ ଆସିଛନ୍ତି । ତେବେ ସୋସିଆଲ ମିଡିଆରେ କୋହଲି ଓ ଫ୍ୟାନଙ୍କ ମଧ୍ୟରେ ପାଟିତୁଣ୍ଡର ଭିଡିଓ ଦେଖିବାକୁ ମିଳିଛି । ଯେଉଁଥିରେ ଫ୍ୟାନ୍ କୋହଲିଙ୍କୁ କମଲେଶଙ୍କ ସହ ଏକ ସେଳ୍ପି ପାଇଁ କହୁଛନ୍ତି । ଏପରିକି ସେମାନେ ଅନୁରୋଧ କରିଥିଲେ । କିନ୍ତୁ କମଲେଶ ଶୁଣିନଥିଲେ ବୋଲି ଫ୍ୟାନ୍ସ ଅଭିଯୋଗ କରୁଛନ୍ତି । କମଲେଶ ମ୍ୟାଚ୍ ପାଇଁ ଚାକିରୀରୁ ଛୁଟି ନେଇଛନ୍ତି । ଏପରି ଖେଳାଳିଙ୍କ ସହ ସେଲ୍ଫି ଦରକାର ବୋଲି ଫ୍ୟାନ୍ସ କହୁଛନ୍ତି ।
ଭିଡିଓରେ ଆହୁରି ମଧ୍ୟ ଫ୍ୟାନଙ୍କ ଏହି ପ୍ରଶ୍ନ ଶୁଣି ବିରାଟ ଜବାବ ଦେଉଥିବା ଦେଖିବାକୁ ମିଳିଛି । ବିରାଟ କହୁଛନ୍ତି ଯେ, କମଲେଶ ଏଠାକୁ ଆପଣଙ୍କ ପାଇଁ ଆସିନାହାଁନ୍ତି । ଏପରି ଖରାପ ବ୍ୟବହାର କରିବା ଠିକ୍ ନୁହେଁ । ସେ ମ୍ୟାଚ୍ ପାଇଁ ଏଠାକୁ ଆସିଛନ୍ତି ।
ଭିଡିଓ ଭାଇରାଲ ପରେ ଜଣେ ୟୁଜର ଲେଖିଛନ୍ତି ଯେ, କିଛି ଫ୍ୟାନ୍ କମଲେଶଙ୍କୁ ଖରାପ ବ୍ୟବହାର କରିଥିଲେ । ତେଣୁ ବିରାଟ ଜବାବ ଦେଇଥିଲେ । କେବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।