ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଖୁବ ଶୀଘ୍ର ଦେଶରେ ଆରମ୍ଭ ହେବ ଟିକାକରଣ: ୨୫୦ ଟଙ୍କାରେ କରୋନା ଟିକା ଦେବାକୁ ଘୋଷଣା କରିଛି ସେରମ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ ୦୮/୧୨ : ବ୍ରିଟେନରେ ଆରମ୍ଭ ହେଲା ସମୂହ ଟିକାକରଣ । ଜଣେ ୯୦ ବର୍ଷୀୟା ମହିଳା ପ୍ରଥମେ ଟିକା ନେଇଛନ୍ତି । ବ୍ରିଟେନରେ ଏକକାଳୀନ ଫାଇଜର୍ ଓ ଅକ୍ସଫୋର୍ଡ ଟିକାର ସମୂହ ଟିକାକରଣ ଯୋଜନା ରହିଛି । ଏପଟେ ଭାରତରେ ୨୫୦ ଟଙ୍କାରେ କୋଭିସିଲ୍ଡ ଟିକା ଦେବ ବୋଲି ଘୋଷଣା କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଟିକାକରଣରେ ଭାରତରେ ମୋବାଇଲ ଟେକ୍ନୋଲୋଜି ବ୍ୟବହାର କରାଯିବ ବୋଲି ମୋବାଇଲ କଂଗ୍ରେସରେ କହିଛନ୍ତି ମୋଦି ।


ପ୍ରଥମେ ଋଷ, ଏବେ ବ୍ରିଟେନ୍ । ରୁଷରେ ସ୍ଫୁଟନିକ-v (ଫାଇଭ), ବ୍ରିଟେନରେ ଫାଇଜର୍ ଓ Chadox1 । ଋଷ ପରେ ବିଶ୍ବର ଦ୍ବିତୀୟ ଦେଶ ଭାବେ ସମୂହ ଟିକାକରଣ ଆରମ୍ଭ କରିଛି ବ୍ରିଟେନ୍ । ସପ୍ତାହେ ତଳେ ଫାଇଜର୍ ଓ ଆଷ୍ଟ୍ରାଜେନକାର ଟିକା Chadox1କୁ ମଞ୍ଜୁରୀ ଦେବା ପରେ ଏବେ ଆରମ୍ଭ ହୋଇଛି ଟିକାକରଣ । ୟୁନିଭେର୍ସିଟି ହସ୍ପିଟାଲ କୋଭେଣ୍ଟ୍ରିରେ ମାର୍ଗାରେଟ କିନାନ ନାମ୍ନି ଜଣେ ୯୦ ବର୍ଷିୟା ମହିଳା ପ୍ରଥମ ଟିକା ନେଇଛନ୍ତି। ବ୍ରିଟେନରେ ଏକକାଳୀନ ଫାଇଜର ଏବଂ ଅକ୍ସଫୋର୍ଡ ଟିକାର ସମୂହ ଟିକାଦାନ ପାଇଁ ଯୋଜନା ରଖାଯାଇଥିବା ବେଳେ ମାର୍ଗାରେଟ କିନାନଙ୍କୁ ଫାଇଜର ଟିକା ଦିଆଯାଇଛି। ଏହା ମୋ ପ୍ରତି ଖୁସିର ବିଷୟ ବୋଲି ନିଜ ପ୍ରତିକ୍ରିୟାରେ କିନାନ କହିଛନ୍ତି। ଆସନ୍ତା ସପ୍ତାହରେ କିନାନ ନିଜ ଜନ୍ମଦିନ ପାଳନ କରିବାକୁ ଯାଉଥିବା ବେଳେ ଏହା ତାଙ୍କ ପାଇଁ ଏକ ଜନ୍ମଦିନ ଭେଟି ବୋଲି ସେ କହିଛନ୍ତି। ସେହିପରି ସମଗ୍ର ଦେଶରେ ଟିକାକରଣ ପାଇଁ ୫୦ଟି ସ୍ବାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା ହୋଇଛି। ଦେଶରେ ପ୍ରଥମେ ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯାଉଛି। ବ୍ରିଟେନ ପ୍ରଥମ ପର୍ଯ୍ୟାୟରେ ୨ କୋଟି ଲୋକଙ୍କୁ ଟିକାକରଣରେ ସାମିଲ କରିବା ଲାଗି ଲକ୍ଷ୍ୟ ରଖିଛି। ଏଥିପାଇଁ ଫାଇଜର ଠାରୁ ୪ କୋଟି ଟିକା ମଗାଇଛି।

ଏପଟେ ଭାରତରେ ୨୫୦ ଟଙ୍କାରେ କରୋନା ଟିକା ଦେବ ସେରମ୍ ଇନଷ୍ଟିଚ୍ୟୁଟ । କୋଭିସିଲ୍ଡର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମିତି ଲୋଡିଥିବା ସେରମ୍ ଇନଷ୍ଟିଚ୍ୟୁଟ ଡୋଜ୍ ପିଛା ୨୫୦ ଟଙ୍କାରେ ସରକାରଙ୍କୁ ଟିକା ଯୋଗାଇବ ବୋଲି କହିଛି । ଟିକା ଯୋଗାଣରେ ଭାରତକୁ ପ୍ରାଥମିକତା ଦିଆଯିବ ବୋଲି ସେରମ ମୁଖ୍ୟ କହିଛନ୍ତି । ଅକ୍ସଫୋର୍ଡ – ଆଷ୍ଟ୍ରାଜେନେକା ମିଳିତ ଭାବେ ବିକଶିତ କରୁଛନ୍ତି କୋଭିସିଲ୍ଡ ଟିକା। ‘କୋଭାସିଲ୍ ଡ୍ ’ ନିରାପଦ ହୋଇଥିବାରୁ କୋଭିଡ୍ -୧୯ ପ୍ରତିରୋଧ ନିମନ୍ତେ ଏହାକୁ ବ୍ୟବହାର କରିହେବ ବୋଲି ଆବେଦନ ପତ୍ରରେ ସେରମ୍ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଉଲ୍ଲେଖ କରିଛି। ସେପଟେ ଟିକାର ବିତରଣ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକ ସହିତ ମିଶି ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି ।


ଏସବୁ ଭିତରେ ଭାରତରେ ଟିକାକରଣ ପାଇଁ ମୋବାଇଲ ଟେକ୍ନୋଲଜିର ବ୍ୟବହାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭଳି ମହାମାରୀ ସମୟରେ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି । ଏଥିପାଇଁ ମୋବାଇଲ ଟେକ୍ନୋଲୋଜି ବହୁମାତ୍ରାରେ ସହାୟକ ହେବ ବୋଲି ଇଣ୍ଡିଆନ ମୋବାଇଲ କଂଗ୍ରେସରେ କହିଛନ୍ତି ମୋଦି ।

ଭାରତରେ ଏବେ ଫାଇଜର, ସେରମ୍‌ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍‌ କୋଭିଡ୍‌ ଭାକସିନ୍‌ ପାଇଁ ଅନୁମତି ମାଗିଛନ୍ତି । ତେଣୁ ଭାରତରେ ମଧ୍ୟ ଖୁବଶୀଘ୍ର ଟିକାକରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ସେପଟେ ଭାରତରେ ଭାକସିନ୍‌ସନ୍‌ ପାଇଁ ଡାଟାବେସ୍‌ ତିଆରି ହୋଇଥିବା ବେଳେ ଏବେ ଏହାର ସମୀକ୍ଷା କରାଯାଉଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ