ରାଜ୍ୟ ସ୍ୱାସ୍ଥ୍ୟ

ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ ଓମିକ୍ରନ ଟିକା, ପୁଣେର ଏକ କମ୍ପାନୀକୁ ଦିଆଯାଇଛି ଦାୟିତ୍ୱ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଓମିକ୍ରନକୁ ନେଇ ଭୟର ବାତାବରଣ ଜାରି ରହିଥିବା ଆଗାମୀ ଦିନରେ ଏହାର ପ୍ରଭାବକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ପୂର୍ବରୁ ଭାରତ କୋଭିଡ୍ ଲଢ଼େଇ ପାଇଁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟିକା ଲୋକଙ୍କୁ ପ୍ରଦାନ କରିଥିବା ବେଳେ ଏଥର ମଧ୍ୟ ପଛରେ ପଡ଼ିନାହିଁ । ଓମିକ୍ରନକୁ ମାତ ଦେବା ପାଇଁ ନୂଆ ଭ୍ୟାକ୍ସିନ ନିର୍ମାଣରେ ଲାଗି ପଡ଼ିଛନ୍ତି ଦେଶର ବିଶେଷଜ୍ଞ ଟିମ୍ । ଖୁବଶୀଘ୍ର ଏହି ଟିକାର ପରୀକ୍ଷଣ ଆରମ୍ଭ ହୋଇଯିବ । ଓମିକ୍ରନ ବିରୋଧରେ ଏହି ଟିକା ଖୁବ୍ ପ୍ରଭାବୀ ବୋଲି ଜଣାପଡ଼ିଛି । ପୁଣେ ସ୍ଥିତ ଏକ କମ୍ପାନୀ ନିଜେ ଏହାର ପ୍ରସ୍ତୁତି ଓ ଉତ୍ପାଦନ କରିବାକୁ ଯୋଜନା କରିଛି ।

ଜଣାପଡ଼ିଛି ଯେ, ପୁଣେର ଜେନୋଭା ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ଟିକା ପ୍ରସ୍ତୁତିରେ ଲାଗି ପଡ଼ିଛି । ଯଦି ସମସ୍ତ ଆକଳନ ଠିକ୍ ରୁହେ, ତେବେ କମ୍ପାନୀ ଓମିକ୍ରନକୁ ଧରାଶାୟୀ କରିବାକୁ ପର୍ଯ୍ୟାପ୍ତ ମାତ୍ରାରେ ଟିକା ଉତ୍ପାଦନ କରିବ । ଗତ ଦୁଇବର୍ଷ ଧରି କୋଭିଡ୍ ପାଇଁ ସମଗ୍ର ବିଶ୍ୱ ଛଟପଟ ହେଉଥିବା ବେଳେ ବର୍ତ୍ତମାନ ଓମିକ୍ରନ ମାଡ଼ି ଚାଲିଛି । ତେବେ ଏପରି ସ୍ଥିତିରେ ଏହି ଭାରିଆଣ୍ଟକୁ ମାତ୍ ଦେବା ପାଇଁ ସରକାର ଟିକା ପ୍ରସ୍ତୁତି ଉପରେ ଜୋର ଦେଇଛନ୍ତି । ତେବେ ଏହି ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାର ରେଜଲ୍ଟ ଉପରେ ନଜର ରଖିଛି ଡ୍ରଗ ରେଗୁଲେଟର ଅଫ୍ ଇଣ୍ଡିଆ । ଟିକାକରଣ କାର୍ଯ୍ୟକ୍ରମରେ ସରକାରଙ୍କ ପରାମର୍ଶଦାତା ଓମିକ୍ରନ ବିରୋଧୀ ଟିକା ପ୍ରସ୍ତୁତି ଓ ପରୀକ୍ଷଣ ନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ