ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଖୁବଶୀଘ୍ର ଓଡ଼ିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର ବଣ୍ଟାଯିବ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନି ଆବାସ ଘରକୁ ନେଇ ନିଜ ନିଜର ମତ ରଖିଛନ୍ତି। ସେମାନେ ସାମ୍ୱାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇ କହିଛନ୍ତି କି ‘ଖୁବଶୀଘ୍ର ଓଡ଼ିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର ବଣ୍ଟାଯିବ । ବହୁ ଅଯୋଗ୍ୟ ହିତାଧୀକାରୀ ଘର ପାଉଥିବା ନେଇ ବିଭିନ୍ନ ବର୍ଗରୁ ଅଭିଯୋଗ ଆସିବା ପରେ ସାଧାରଣ ଜନତାଙ୍କଠାରୁ ବିସ୍ତୃତ ଭାବେ ଅଭିଯୋଗ ମଗାଯାଇଥିଲା। ସେସବୁକୁ ତର୍ଜମା କରାଯାଇଛି । ଖୁବଶୀଘ୍ର ରାଜ୍ୟକୁ ଆସିଥିବା ଆବାସ ଘର ଆବଣ୍ଟନ କରାଯିବ।’

ସେ ଦୁହେଁ ଆହୁରି ବି କହିଛନ୍ତି ଯେ  ‘ରାଜ୍ୟର ସମସ୍ତ ବ୍ଲକରେ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସ୍ଥାପନ ହେବ । ମିଶନ ମୋଡରେ ମାର୍କେଟିଂ ଲିଙ୍କେଜ୍ ସହିତ ଏହି ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସ୍ଥାପନ କରାଯିବ। ଆସନ୍ତା ଏକ ବର୍ଷ ମଧ୍ୟରେ ସମସ୍ତ ବ୍ଲକରେ ମିଶନ୍ ଶକ୍ତି କାଫେ ନିର୍ମାଣ ଏବଂ କାର୍ଯ୍ୟକ୍ଷମ ହେବ । ବିଭିନ୍ନ ସ୍ଥାନରେ ଅବ୍ୟବହୃତ ହୋଇ ଖାଲି ପଡ଼ିଥିବା ସରକାରୀ ଅଟାଳିକାକୁ ୩ ମାସ ମଧ୍ୟରେ ସ୍ଥାନୀୟ ମିଶନ୍ ଶକ୍ତି ଗୋଷ୍ଠୀକୁ ହସ୍ତାନ୍ତର କରାଯିବ। ଓର୍‌ମାସକୁ ଅଧିକ କ୍ରିୟାଶୀଳ କରାହେବ। ସମସ୍ତ ଘରକୁ ପାନୀୟ ଜଳ ଯୋଗାଣକୁ ଦିଅ ପ୍ରାଥମିକତା ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧% ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି । ୫୭୦୦୦ କୋଟି ଟଙ୍କା ବ୍ୟୟରେ ୨୦୬ଟି ମେଗା ପାନୀୟ ଜଳ ପ୍ରକଳ୍ପ ଓ ୧୩୦୦୦ ସିଙ୍ଗଲ ଭିଲେଜ ପାଇପ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।