ରାଜ୍ୟ ସ୍ପେଶାଲ ରିପୋର୍ଟ

ଖସିପଡ଼ିଲା ଡାକୋଟା ବିମାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିବେ। ଏଥିପାଇଁ ଭୁବନେଶ୍ବର ବିମାନବନ୍ଦର ସମ୍ମୁଖରେ ଡାକୋଟା ବିମାନର ସଂସ୍ଥାପନ କରାଯାଉଛି। ବୁଧବାର ଦିନ ଡାକୋଟା ବିମାନକୁ ଟ୍ରଲରରେ ଆଣି କ୍ରେନ୍ ସାହାଯ୍ୟରେ ବେସ୍‌ ଉପରେ ରଖାଯିବା ବେଳେ କ୍ରେନ୍‌ର ବେଲ୍‌ଟ ଛିଣ୍ଡିଯିବାରୁ ବିମାନଟି ଖସି ପଡ଼ିଥିଲା। ବିମାନଟି ସଂପୂର୍ଣ୍ଣ ଭାବେ ତଳେ ପଡ଼ିନଥିବାରୁ ଏହାର ବିଶେଷ କିଛି କ୍ଷତି ହୋଇନି। ହେଲେ ବିମାନଟି ଅଣେଇ ହୋଇପଡ଼ିବାରୁ ଏହାର ଡେଣା ବାଜି ସେଠାରେ କାମ କରୁଥିବା ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏହାପରେ ଦୁଇ କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।

ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଡାକୋଟାକୁ ସ୍ଥାନାନ୍ତର ସମୟରେ ସାମାନ୍ୟ ଅସୁବିଧା ହୋଇଥିଲା। ହେଲେ ଏଥିରେ କେହି ଗୁରୁତର ହୋଇନାହାନ୍ତି। ଯେଉଁ ଦୁଇ ଜଣ କର୍ମଚାରୀ ଆହତ ହୋଇଥିଲେ ସେମାନେ ଚିକିତ୍ସା ପରେ ଆସି କାମ କରୁଛନ୍ତି। ଏହାସହ ଆଉ ଏକ କ୍ରେନ୍ ଆଣି ବିମାନଟିକୁ ନିର୍ମାଣ ହୋଇଥିବା ବେସ୍‌ ଉପରେ ରଖାଯାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।