ଦେଶ ବିଦେଶ ମନୋରଞ୍ଜନ

‘ଖତ୍ରୋଁ କେ ଖିଲାଡି ୧୧’ ସେଟରେ ଆହାତ ହେଲେ ବରୁଣ ସୁଦ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ ୧୯/୦୬: ଟିଭି ରିଆଲିଟି ଶୋ ‘ଖତ୍ରୋଁ କେ ଖିଲାଡି ୧୧’ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ରହିଥାଏ । ବର୍ତ୍ତମାନ ସୂଚନା ଆସିଛି ଯେ ଶୁଟିଂ ସମୟରେ ପ୍ରତିଯୋଗୀ ବରୁଣ ସୁଦ ଏକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ବେଳେ ଗୁରୁତର ଆହତ ହୋଇଛନ୍ତି । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଚାରି-ପାଞ୍ଚ ଦିନ ପୂର୍ବେ ଏକ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ବରୁଣ ସେଟରେ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ୩ ରୁ ୪ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଶୋ’ର ହୋଷ୍ଟ ରୋହିତ ଶେଟ୍ଟୀ ଏବଂ ନିର୍ମାତାମାନେ ନିଶ୍ଚିତ କରିଛନ୍ତି ଯେ ଚିକିତ୍ସାରେ ଯେପରି କୌଣସି ଅବହେଳା ନହେଉ ।

ସୂଚନା ଅନୁଯାୟୀ, ବରୁଣଙ୍କ ହାତଗୋଡ଼ରେ ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହି ଶୋ’ର ଟିମ୍ ତାଙ୍କ ହାତ ଗୋଡରେ ଫ୍ୟାକ୍ଚର୍ ହୋଇଥିବା ନେଇ ଭୟରେ ଥିଲେ । କିଛି ଘଣ୍ଟା ଚିକିତ୍ସା ପରେ, ବରୁଣ ଯନ୍ତ୍ରଣାରୁ ମୁକ୍ତି ପାଇଥିଲେ । ଦୁଇରୁ ତିନି ଦିନ ବିଶ୍ରାମ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି।

ଷ୍ଟଣ୍ଟ ଆଧାରିତ ଟିଭି ରିଆଲିଟି ଶୋ ‘ଖତ୍ରୋଁ କେ ଖିଲାଡି’ ଏହାର ଦୁଃସାହସିକ କାର୍ଯ୍ୟ ପାଇଁ ଜଣାଶୁଣା । ଏହି ଶୋ’ର ସୁଟିଂ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର କେପଟାଉନରେ ଚାଲିଛି। ଟିଭି ଇଣ୍ଡଷ୍ଟ୍ରିର ଅନେକ ଲୋକପ୍ରିୟ କଳାକାର ଏହି ଶୋ’ରେ ଭାଗ ନେଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ