ପର୍ଯ୍ୟଟନ ରାଜ୍ୟ

ଖଣ୍ଡଗିରି ମାଘମେଳାର ଦ୍ବିତୀୟ ଦିନ: ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ

ଖଣ୍ଡଗିରି: ଖଣ୍ଡଗିରି ମାଘମେଳାର ଦ୍ବିତୀୟ ଦିନଠାରୁ ଆରମ୍ଭ ହୋଇଛି ବିଶ୍ବଶାନ୍ତି ମହାଯଜ୍ଞ। ପୀତାମ୍ବର ଦାସଙ୍କ ଶିଷ୍ୟ ରବିନାରାୟଣ ଦାସ ନିଜ ଶିଷ୍ୟ ମାନଙ୍କ ସହିତ ଅପରାହ୍‌ଣ ୫ରୁ ଯଜ୍ଞ ଆରମ୍ଭ କରିଛନ୍ତି। ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହା ଜାରି ରହିବ। ଆୟୋଜକ କମିଟି ଉପଦେଷ୍ଟା ଦୀନବନ୍ଧୁ ଜେନା କହିଛନ୍ତି, ସକାଳ ୧୨ଟାରୁ ମା’ ବାରଭୁଜାଙ୍କ ପାଖରୁ କଳସ ଶୋଭାଯାତ୍ରା ବାହାରି ଜାଗମରା ବଡ଼ପୋଖରୀରୁ ଜଳଘଟ ଆହ୍ବାନ କରାଯାଇଥିଲା। ଏହା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଗାଁ ଭିତରୁ ନିଜ ଆସ୍ଥାନରୁ ବାହାରିଥିଲେ। ଘଣ୍ଟା, ଶଙ୍ଖ, ସଂକୀର୍ତ୍ତନ ମଧ୍ୟରେ ଅପରାହ୍‌ଣ ସାଢ଼େ ୪ଟାରେ ଖଣ୍ଡଗିରିସ୍ଥିତ ଅନନ୍ତ ଗୁମ୍ଫା ସମ୍ମୁଖ ସ୍ଥିତ ଯଜ୍ଞସ୍ଥଳରେ ପହଞ୍ଚିଥିଲେ। ଅପରାହ୍‌ଣ ୫ଟାରେ ଅଗ୍ନି ସଂଯୋଗ ହୋଇ ଯଜ୍ଞ ଆରମ୍ଭ ହୋଇଥିଲା। ଯଜ୍ଞକୁଣ୍ଡ ନିକଟସ୍ଥ ରତ୍ନବେଦୀସ୍ଥିତ ସିଂହାସନରେ ଜଗନ୍ନାଥ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିବେ। ଖଣ୍ଡଗିରି ପାହାଡ଼ ପାଦଦେଶରେ ଅନ୍ୟ ସନ୍ଥମାନେ ଅଗ୍ନିକୁଣ୍ଡ ସ୍ଥାପନ କରି ଆହୁତି ଦେବା ସହିତ ନାମସଂକୀର୍ତ୍ତନ ଜାରି ରଖିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା ରାମଚରିତ ମାନସ ଜାରି ରହିଛି। ସକାଳ ୮-୧୨ ଏବଂ ୨.୩୦-୬ଟା ପର୍ଯ୍ୟନ୍ତ ହେବ। କୋଭିଡ୍‌ କଟକଣା ମଧ୍ୟରେ ଚଳିତ ବର୍ଷ ପ୍ରବଚନ କିମ୍ବା ଭଜନ ହେଉ ନାହିଁ। ପ୍ରତିଦିନ ସକାଳ ୪.୩୦ରୁ ୫ଟା ମଧ୍ୟରେ ମା’ ବାରଭୁଜାଙ୍କ ପ୍ରାର୍ଥନା କରୁଛନ୍ତି।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ