ଅପରାଧ ରାଜ୍ୟ

ଖଣ୍ଡଗିରି ବାରିରେ ବୃଦ୍ଧାଙ୍କୁ ହତ୍ୟା ଘଟଣା: ବୋହୂ ବାରମ୍ବାର ବଦଳାଉଛନ୍ତି ବୟାନ

ଭୁବନେଶ୍ବର: ଖଣ୍ଡଗିରି ବାରି ଅଞ୍ଚଳ ବସ୍ତି ଭିତରେ ପଶି ବୃଦ୍ଧା ମଦା ପଲେଇଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାର ୬ ଦିନ ପରେ ମଧ୍ୟ ପୁଲିସ ହତ୍ୟାକାରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ହତ୍ୟାକାରୀଙ୍କୁ ଧରିବା ତ ଦୂରର କଥା, ହତ୍ୟା ପଛର ନିର୍ଦ୍ଦିଷ୍ଟ କାରଣ ବି ପଦାକୁ ଆସି ପାରିନାହିଁ। ହେଲେ ବୋହୂ ବୈଶାଖୀଙ୍କ ଭୂମିକାକୁ ନେଇ ପୁଲିସ ସନ୍ଦେହ କରୁଥିବା ଜଣା ପଡୁଛି। କାରଣ ଏହା ଭିତରେ ପୁଲିସ ବୈଶାଖୀଙ୍କୁ ୫ଥର ଜେରା କରିସାରିଲାଣି। ମିଳିଥିବା ସୂଚନା ଅନୁସାରେ, ପ୍ରତିଥର ବୈଶାଖୀ ନିଜର ବୟାନ ବଦଳାଇ ଚାଲିଛନ୍ତି। ତାଙ୍କ କଥାରେ ତାଳମେଳ ରହୁନାହିଁ। ଏହା ପୁଲିସର ସନ୍ଦେହକୁ ବଢ଼ାଇ ଦେଇଛି।

ଅଧିକ ପ୍ରମାଣ ହାତେଇବା ପାଇଁ ପୁଲିସ ଟିମ୍‌ ବୈଶାଖୀଙ୍କ ଘର ପାଇଖାନା ଖୋଳିଛି। କାରଣ ଯେଉଁଠାରେ ମଦାଙ୍କୁ ହତ୍ୟା କରାଯାଇଥିଲା, ସେ ଘର ଭିତର ପାଣି ବେସିନ୍‌ରୁ ପାଇଖାନା ଟାଙ୍କିକୁ ସାଧାସଳଖ ସଂଯୋଗ ରହିଛି। ହତ୍ୟାପରେ କାଳେ ସେଠାରେ ହତ୍ୟାକାରୀ କିଛି ଜିନିଷ ଲୁଚାଇଥିବେ, ସେଥିପାଇଁ ପାଇଖାନା ଖୋଳାଯାଇଥିଲା। ହେଲେ ପୁଲିସ ସେଠାରୁ ସେଭଳି କିଛି ପ୍ରମାଣ ପାଇ ନଥିବା ପ୍ରକାଶ। ହେଲେ ବୈଶାଖୀଙ୍କ ସିଡିଆର୍‌ ରିପୋର୍ଟ ତଥ୍ୟ ପୁଲିସକୁ କିଛି ସୂତ୍ର ଯୋଗାଇଛି। ସେ ଯେଉଁମାନଙ୍କୁ କଲ୍‌ କରିଥିଲେ ବା ତାଙ୍କୁ ଯେଉଁ ନମ୍ବରୁ କଲ୍‌ ଆସିଥିଲା, ଯେଉଁ ଯେଉଁ ନମ୍ବର ସହ ସେ ଅଧିକ ଥର କଥା ହୋଇଥିଲେ, ସେସବୁ ଯାଞ୍ଚ କରା ଯାଉଛି। ତା’ ଭିତରୁ କେତେକ ନମ୍ବରକୁ ଚିହ୍ନଟ ମଧ୍ୟ କରା ସରିଛି। ସନ୍ଦେହରେ ଥିବା କିଛି ନମ୍ବରକୁ ନେଇ ପୁଲିସ ତଦନ୍ତ କରୁଛି। କେତେ ଜଣଙ୍କୁ ଡ଼ାକି ଜେରା ମଧ୍ୟ କରିସାରିଛି। ସେମାନଙ୍କ ବୟାନ ରୋକର୍ଡ ପରେ ସିଆର୍‌ପିସି ଧାରା ୪୧ ନୋଟିସ୍‌ ଦେଇ ଛାଡ଼ିଛି।

ପ୍ରକାଶ ଥାଉ, ଗତ ୧୫ ତାରିଖ ରାତି ପାଖାପାଖି ସାଢ଼େ ୭ଟା ସମୟରେ ମଦା ଓ ତାଙ୍କ ବୋହୂ ବୈଶାଖୀ ଘରେ ଥିବାବେଳେ ଦୁର୍ବୃତ୍ତମାନେ ଘରେ ପଶିଥିଲେ। ସେମାନେ ମଦାଙ୍କୁ ନିର୍ମମଭାବେ ହାଣି ହତ୍ୟା କରିବା ସହ ବୋହୂଙ୍କ ତଣ୍ଟିକୁ ଓଢ଼ଣୀରେ ଚିପି ତାଙ୍କୁ ସଂଜ୍ଞାହୀନ କରିଥିଲେ। ଔଷଧ ଆଣିବା ପାଇଁ ନିକଟ ମେଡିସିନ୍‌ ଷ୍ଟୋରକୁ ଯାଇଥିବା ସାନପୁଅ ମଣ୍ଟୁ ଘରକୁ ଫେରିବା ବେଳକୁ ମା’ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଛଣାରେ ଓ ଭାଉଜ ତଳେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଜଣାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।