ରାଜ୍ୟ

ଖଣି ଲୁଟିବାକୁ ପ୍ରକୃତି ଉପରେ ପ୍ରହାର: ଇକୋ ସେନ୍‌ସିଟିଭ୍‌ ଜୋନ୍‌କୁ ବି ଛାଡ଼ିଲେନି

ଖୋର୍ଦ୍ଧା: ଚରମସୀମାରେ ଖୋର୍ଦ୍ଧା ଜିଲ୍ଲାର ଖଣି କାରନାମା। ଲୁଟତରାଜ ଏତେ ସାଙ୍ଘାତିକ ହୋଇଛି ଯେ, ପ୍ରକୃତି ଓ ପରିବେଶ ପାଇଁ ଇକୋ ସେନ୍‌ସିଟିଭ୍‌ ଜୋନ୍‌ ଥିବା ଅଞ୍ଚଳ ବି ଖଣି ଅକ୍ତିଆର୍‌କୁ ଯାଇଛି। କେବଳ ସେତିକି ନୁହେଁ, ଏଠି ଏମିତି ବି ଖଣି ଅଛି, ଯାହାର ଆଦୌ ରେକର୍ଡପତ୍ର ନାହିଁ। ରାଜସ୍ବ ବିଭାଗ ହାତରୁ ଖଣି ବିଭାଗକୁ କ୍ଷୁଦ୍ର ଖଣିଜ ପଦାର୍ଥ  ସବୁ ହସ୍ତାନ୍ତର ହେବା ପରେ ଘଟଣା ପଦାକୁ ଆସିଛି। କେଉଁ ପରିସ୍ଥିତିରେ ଇକୋ ସେନ୍‌ସିଟିଭ୍‌ ଜୋନ୍‌ରେ ଖଣି ଉତ୍ସ କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି।

ତଥ୍ୟ ମୁତାବକ, ରାଜସ୍ବ ବିଭାଗ ହାତରୁ ଯେଉଁ ୧୬୨ଟି ଖଣିର ତାଲିକା ଆସିଛି, ସେଥିରୁ ୬ଟି ଖଣିର ଖାତା ଖତିୟାନ ହିଁ ନାହିଁ। ଏହି ସବୁ ଖଣି ହେଉଛି ବେଗୁନିଆ ତହସିଲ୍‌ର। ସେଥିରେ ତିନୋଟି ଲାଟେରାଇଟ୍ ପଥର ଖଣି ଥିବା ବେଳେ ଦୁଇଟି ହେଉଛି ମୋରମ ଏବଂ ଗୋଟିଏ କଳା ପଥର ରହିଛି। ବିଭାଗୀୟ ତଥ୍ୟ କହୁଛି, ଲାଟେରାଇଟ୍ ଖଣି ଗୁଡ଼ିକ ରହିଛି ଜଳଭର, ଖଣିପଦର ଏବଂ ମାଣିକପୁରପାଟଣାର।

ସେହିପରି ଖଡ଼ିପଦର ଏବଂ ମାଣିକପୁରପାଟଣାରେ ବି ଗୋଟିଏ ଲେଖାଏ ମୋରମ ଖଣି ରହିଛି ଏବଂ କଳା ପଥର ଖଣିଟି ରହିଛି ପରିଛଳରେ। ଏହି ସବୁ ଅଞ୍ଚଳରେ ଖଣି ସବୁ ରହିଛି, କିନ୍ତୁ ଏହାର ରେକର୍ଡ ପତ୍ର ନାହିଁ ବୋଲି ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରା ପ୍ରକାଶ କରିଛନ୍ତି। ରେକର୍ଡପତ୍ରଠୁ ସାଙ୍ଘାତିକ କଥା ହେଉଛି, ଇକୋ ସେନ୍‌ସିଟିଭ୍‌ ଜୋନ୍‌। ସରକାରଙ୍କ ନିୟମ ଅନୁସାରେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ବନ୍ୟପ୍ରାଣୀଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ। ଏ ଅଞ୍ଚଳରେ ଖଣି ଖନନ ଆଇନ୍‌ତଃ ନିଷେଧ। କିନ୍ତୁ, ଜଟଣୀ ତହସିଲ୍‌ର ପାଣିଓରା ଏବଂ ପଳାସପୁର ଅଞ୍ଚଳରେ ଦୁଇ ଗୋଟି ମୋରମ ଖଣି କରାଯାଇଛି। ଇକୋ ସେନ୍‌ସିଟିଭ୍‌ ଜୋନ୍‌ରେ ଯେଉଁଠି ଖଣି ଆଦୌ ଖନନ ହେବା କଥା ନୁହେଁ, ସେଠି କେମିତି ଖଣି କରାଗଲା? ଏଠି ଖଣି କରିବାକୁ କିଏ ଅନୁମତି ଦେଲା ତାହା ପରିବେଶ୍‌ବିତ୍‌ଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଏ ପ୍ରସଙ୍ଗରେ ଖୋର୍ଦ୍ଧାର ମାଇନିଂ ଅଫିସର ଶ୍ରୀ ବେହେରା କହିଛନ୍ତି, କେଉଁ ସମୟରେ କିଏ ଇକୋ ସେନ୍‌ସିଟିଭ୍‌ ଜୋନ୍‌ରେ ଖଣି ଅନୁମତି ଦେଇଥିଲେ ସେ ବିଷୟରେ ମୁଁ ଜାଣି ନାହିଁ। ରାଜସ୍ବ ବିଭାଗ ହାତରୁ ଏବେ ଖଣି ବିଭାଗକୁ ଖଣିର କାଗଜପତ୍ର ହସ୍ତାନ୍ତର ହେଉଛି। ଉଭୟ ଇକୋ ସେନ୍‌ସିଟିଭ୍‌ ଜୋନ୍‌ର କାଗଜପତ୍ର ମଗାଯାଇଛି। ଇକୋ ସେନ୍‌ସିଟିଭ୍‌ ଜୋନ୍‌ର ତନାଘନା କରାଯିବ। ତା’ ପରେ ତାକୁ ବନ୍ଦ କରାଯିବ ବୋଲି ମାଇନିଂ ଅଫିସର ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।