ରାଜ୍ୟ ସ୍ପେଶାଲ ରିପୋର୍ଟ

ଖଡ଼ିଆଳ-ବଙ୍ଗୋମୁଣ୍ଡା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କା, ୨ ମୃତ ଓ ଦୁଇ ଗୁରୁତର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ବଙ୍ଗୋମୁଣ୍ଡା ଥାନା ଫୁଗୁଡ଼ା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି ଓ ୨ ଗୁରୁତର ହୋଇଛନ୍ତି।
ଖଡ଼ିଆଳ – ବଙ୍ଗୋମୁଣ୍ଡା ୫୯ ନଂ ଜାତୀୟ ରାଜପଥର ଫୁଗୁଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଓ ବୋଲେରୋ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ବୋଲେରୋରେ ଥିବା ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ପହଁରେନମୁଣ୍ଡା ଗାଁର ଲିଙ୍ଗରାଜ ସରାଫ ଓ କିଶୋର ଦାସ ବୋଲି ଜଣାପଡ଼ିଛି। ୨ ଗୁରୁତରଙ୍କୁ ଦମକଳ ବାହନୀ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଛନ୍ତି l ଖବର ପାଇ ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।