ରାଜ୍ୟ ସ୍ପେଶାଲ ରିପୋର୍ଟ

ଖଗେଶ୍ୱର ପରେ ପଡିବ ଶ୍ରଦ୍ଧାଞ୍ଜଳିଙ୍କ ପାଳି ! ହାଜର ପାଇଁ ନୋଟିସ୍‌ କରିଛି ଇଡି

ଭୁବନେଶ୍ୱର ୨୨।୧୧ : ଖଗେଶ୍ୱର ପରେ ପଡିବ କି ଶ୍ରଦ୍ଧାଞ୍ଜଳିଙ୍କ ପାଳି । ହାଜର ହେବା ପାଇଁ ନୋଟିସ କଲା ଇଡି । ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁଁହାମୁହିଁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନଭେମ୍ବର ୨୩ ତାରିଖ ଭିତରେ ହାଜର ହେବାକୁ ଇଡି ପକ୍ଷରୁ ସମନ ହୋଇଛି ।

ସେପଟେ ଗିରଫ ଦାରି ଏଡାଇବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗଙ୍କ ସହଯୋଗୀ ଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ଶ୍ରଦ୍ଧାଞ୍ଜଳିଙ୍କୁ ବ୍ଲାକମେଲ କରି ଟଙ୍କା ମାଗିବାକୁ କହୁଥିବା ନିଜ ଏତଲାରେ ଦର୍ଶାଇଥିଲେ ଶ୍ରଦ୍ଧାଞ୍ଜଳି ।

ସୂଚନାଯୋଗ୍ୟ ଯେ, ଅର୍ଚ୍ଚନାଙ୍କ ଅର୍ଥ ହେରଫେର୍‌ ମାମଲାରେ ଖୋଲତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହିକ୍ରମରେ କିଛି ଦିନ ତଳେ ଅର୍ଚ୍ଚନାଙ୍କ ପୈତୃକ ଘର, ଶାଶୁଘର ଏବଂ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରିଥିଲା ଇଡି । ଦୁଇ ଦିନ ଧରି ଚାଲିଥିବା ଏହି ଚଢାଉରେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।