ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚୋରି ଘଟଣା : ୩ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ଖଲ୍ଲିକୋଟ ୦୭।୧୨: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଦ୍ଧାର । କରୋନା ମହାମାରୀ ସମୟରେ କ୍ୱାରେଣ୍ଟାଇନ୍‌ ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ, ଟିଏମ୍‌ସିରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀ ଲଗାଯାଇଥିଲା । ଯାହାକୁ ଚୋରୀ କରାଯାଇଥିବାର ଅଭିଯୋଗ ହୋଇଥିଲା । ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ୩ଜଣଙ୍କ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡ଼ଝାର ଗ୍ରାମର ସନ୍ତୋଷ କୁମାର ଜେନା,ପ୍ରଶାନ୍ତ ଜେନା ଓ ଜିତେନ୍ଦ୍ର ମହାରଣା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରମ୍ଭା ଥାନା ଅଞ୍ଚଳର ରଘୁନାଥ ପୁର,ଲୁଙ୍ଗୁରୀ,ଗଡ଼ହୁମ୍ମା,ବେଲପଡା, ବୋରୀଗାଁ ,ନିଳାଦ୍ରୀପୁର ଆଦି ଗାଁରୁ ଏବଂ ଛତ୍ରପୁର ମେରାଇନ ଥାନା ସାନଆର୍ଜି ପଲ୍ଲୀ, ବଡ଼ ଆର୍ଜିପଲ୍ଲୀ ହାଇସ୍କୁଲରୁ ଚୋରୀ ହୋଇଥିବାର ଅଭିଯୋଗ ଆସିଥିଲା। ଏନେଇ ରମ୍ଭା ଥାନାରେ ୭ଟି ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଏମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା । ଏସଡିପିଓଙ୍କ ନେତୃତ୍ୱରେ ରମ୍ଭା, ଖଲ୍ଲିକୋଟ, ଗଞ୍ଜାମ ଓ ହୁମ୍ମା ଫାଣ୍ଡି ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠିତ ହୋଇଥିଲା।

ବିଶେଷ ସୁତ୍ରରୁ ପୋଲିସ ଖବର ପାଇ ୩ଜଣ ଅଭିଯୁକ୍ତ ବାଇକ ଯୋଗେ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥରେ ପୋଲିସ ଅଟକ ରଖିଥିଲା । ଏହାପରେ ଛାନ୍‌ଭିନ୍‌ ଆରମ୍ଭ କରିବା ପରେ ଚୋରୀ ସାମଗ୍ରୀ ବିଷୟରେ ତଥ୍ୟ ହସ୍ତଗତ ହୋଇଥିଲା । ଏକ ଭଡ଼ା ଘରେ ସମସ୍ତ ସାମଗ୍ରୀ ଲୁଚାଇ ରଖିଥିବା ପୋଲିସ ଆଗରେ ପ୍ରକାଶ କରିଥିଲେ । ସେମାନଙ୍କ ନିକଟରୁ ୬ଟି ଏଲଇଡି ଟିଭି, ୨ଟି କଟର ,ଗୋଟିଏ ହିଟର , ଇନଭେଟର ସହ ବ୍ୟାଟେରୀ , ଗୋଟିଏ ପଲସର ବାଇକ, ନଗଦ ୧୨୫୦ ଟଙ୍କା, ୱାଟର ହିଟର, ସିସିଟିଭି ଆଦି ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର ସୂଚନା ପ୍ରଦାନ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ