ଖେଳ

କ୍ୟାଲେଣ୍ଡର ସ୍ଲାମ୍‌ ଉପରେ ଜୋକୋଭିକଙ୍କ ନଜର ବାଳୁତ ପ୍ରଶଂସକଙ୍କୁ ବିଜୟୀ ରୢାକେଟ୍ ଉପହାର

ପ୍ୟାରିସ: ସେମିଫାଇନାଲ୍‌ରେ କ୍ଲେ କୋର୍ଟ ମହାରାଜା ରାଫେଲ ନାଦାଲ ଓ ଫାଇନାଲ୍‌ରେ ଗ୍ରିସର ୨୨ ବର୍ଷୀୟ ଖେଳାଳି ଷ୍ଟିଫାନୋସ୍ ସିସିପାସଙ୍କୁ ପରାସ୍ତ କରି ରବିବାର ରାତିରେ ଦ୍ବିତୀୟ ଥର ପାଇଁ ଫ୍ରେଞ୍ଚ ଓପନ୍ ପୁରୁଷ ଏକକ ଟ୍ରଫି ଜିତି ନେଇଥିବା ସର୍ବିୟାର ସଫଳ ଟେନିସ୍ ତାରକା ନୋଭାକ ଜୋକୋଭିକ ଏବେ କ୍ୟାଲେଣ୍ଡର ସ୍ଲା‌ମ୍ ଉପରେ ନଜର ରଖିଛନ୍ତି। ଅର୍ଥାତ୍ ଚଳିତବର୍ଷର ସମସ୍ତ ଚାରିଟି ଯାକ ଗ୍ରାଣ୍ଡସ୍ଲାମ୍‌ ଟ୍ରଫି ଜିତିବା ଲକ୍ଷ୍ୟରେ ଅଛନ୍ତି ସେ। ଏହା ହେଲେ ଗତ ୫୦ବର୍ଷରୁ ଅଧିକ ସମୟ ମଧ୍ୟରେ ଗୋଟିଏ କ୍ୟାଲେଣ୍ଡର ବର୍ଷକର ସମସ୍ତ ଚାରିଟି ଗ୍ରାଣ୍ଡସ୍ଲାମ୍ (ଅଷ୍ଟ୍ରେଲିଆନ୍ ଓପନ୍, ଫ୍ରେଞ୍ଚ୍ ଓପନ୍, ୱିମ୍ବିଲଡନ୍, ୟୁଏସ୍ ଓପନ୍) ଜିତିବାରେ ପ୍ରଥମ ଖେଳାଳି ହେବେ ସେ। ଏକଥା ସମ୍ଭବ ବୋଲି ମଧ୍ୟ ସୋମବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ଦୃଢ଼ତାର ସହ କହିଛନ୍ତି ଜୋକୋଭିକ।

କ୍ଲେ କୋର୍ଟରେ ବିଜେତା ହେବା ସବୁଠାରୁ କଷ୍ଟକର ହୋଇଥିବାରୁ ଏହାକୁ ହାସଲ କରିବା ପରେ ତାଙ୍କ ଆତ୍ମବିଶ୍ବାସ ମଧ୍ୟ ଢେର ବଢ଼ି ଯାଇଛି ବୋଲି ମଧ୍ୟ ଏହି ଅବସରରେ କହିଛନ୍ତି ଜୋକୋଭିକ। ଏହା ପୂର୍ବରୁ ଚଳିତବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଜିତି ସାରିଛନ୍ତି ଏହି ୩୪ ବର୍ଷୀୟ ମହାନ ତାରକା। ଏବେ ଖାଲି ଯାହା ୱିମ୍ବିଲଡନ୍ ଓ ୟୁଏସ୍ ଓପନ୍ ଜିତିବା ବାକି ରହିଛି। ଶେଷ ଥର ପାଇଁ ଅଷ୍ଟ୍ରେଲୀୟ କିଂବଦନ୍ତି ରଡ ଲେଭର ୧୯୬୯ ମସିହାରେ ଗୋଟିଏ ବର୍ଷର ସମସ୍ତ ଗ୍ରାଣ୍ଡସ୍ଲାମ୍ ଜିତିବାର ଗୌରବ ଅର୍ଜନ କରିଥିଲେ। ଏହାର ୭ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୬୨ ମସିହାରେ ମଧ୍ୟ ‌ସେ କ୍ୟାଲେଣ୍ଡର ସ୍ଲାମ୍ ହାସଲ କରିଥିଲେ। ଏଣୁ ପୁରୁଷ ଏକକରେ ଦୁଇ ଥର କ୍ୟାଲେଣ୍ଡର ସ୍ଲାମ୍ କରିବାରେ ସେ ବିଶ୍ବର ଏକମାତ୍ର ପୁରୁଷ ଟେନିସ୍ ଖେଳାଳି। କେବଳ କ୍ୟାଲେଣ୍ଡର ସ୍ଲାମ୍ ନୁହଁ ଜୋକୋଭିକ ବି ଟୋକିଓ ଅଲିମ୍ପିକ୍ସରେ ଚଳିତବର୍ଷ ସ୍ବର୍ଣ୍ଣ ପଦକ ଜିତି ‘ଗୋଲ୍‌ଡେନ୍ ସ୍ଲାମ୍’ ହାସଲ କରିବାକୁ ଆଶା ରଖିଛନ୍ତି। ଫ୍ରେଞ୍ଚ ଓପନ୍ ଜିତିବା ପରେ ଜୋକୋଭିକ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଜିତିବାରେ ଏବେ କେବଳ ରୋଜର ଫେଡେରର ଓ ରାଫେଲ ନାଦାଲଙ୍କ ପଛକୁ ଅଛନ୍ତି।


ବାଳୁତ ପ୍ରଶଂସକଙ୍କୁ ବିଜୟୀ ରୢାକେଟ୍ ଉପହାର

ରବିବାର ରାତିରେ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଜିତିବା ପରେ ସର୍ବୀୟ ଟେନିସ୍ ତାରକା ନୋଭାକ ଜୋକୋଭିକ ନିଜ ମହାନତାର ଆଉ ଏକ ପରିଚୟ ଦେଇଥିଲେ। ଯେଉଁ ରୢାକେଟ୍‌ରେ ଷ୍ଟିଫାନୋସ୍ ସିସିପାସ୍‌ଙ୍କୁ ହରାଇଥିଲେ ତାକୁ ଜଣେ କିଶୋର ପ୍ରଶଂସକଙ୍କୁ ଉପହାର ଦେଇଥିଲେ। ଯାହା ସଂପୃକ୍ତ ପ୍ରଶଂସକଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ପାଲଟିଥିଲା। ମ୍ୟାଚ୍ ପରେ ଏହି ବିଷୟ ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ ଯେ ମୁଁ ସେହି ବାଳକଜଣଙ୍କୁ ଚିହ୍ନିନି। ହେଲେ ସଂପୂର୍ଣ୍ଣ ମ୍ୟାଚ୍‌ରେ ସେ ମୋତେ ଉତ୍ସାହିତ କରି ଚାଲିଥିଲେ। ଏପରିକି ମୁଁ ଯେତେବେଳେ ଦୁଇଟି ସେଟ୍‌ରେ ପଛୁଆ ଥିଲି ସେ ମୋତେ ଏକପ୍ରକାର ପ୍ରଶିକ୍ଷଣ ବି ଦେଉଥିଲେ। ଯାହା ମୋତେ ବହୁତ ଭଲ ଲାଗିଥିଲା। ସେଥିପାଇଁ ତାଙ୍କୁ ଏହି ରୢାକେଟ୍‌ଟିକୁ ଉପହାର ଦେବାକୁ ଇଚ୍ଛା ହୋଇଥିଲା। ଏପରି କରି ମୁଁ ତାଙ୍କୁ କୃତଜ୍ଞତା ଜଣାଇଥିଲି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ