କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କ୍ୟାରିଅରକୁ ନେଇ ଚିନ୍ତିତ କି ? ଜନ୍ମ ତାରିଖରୁ ଜାଣନ୍ତୁ କେଉଁ କ୍ଷେତ୍ରରେ ହେବେ ସଫଳ

ଭୁବନେଶ୍ୱର ୨୫/୦୨ : କଠିନ ପରିଶ୍ରମ ସତ୍ତ୍ୱେ ଚାକିରୀ ଓ ବ୍ୟବସାୟରେ ଲାଭ ମିଳୁନାହିଁ ? ଏହାର ଗୋଟିଏ କାରଣ ଆପଣଙ୍କ ଜନ୍ମ ତାରିଖ ହୋଇପାରେ। ଜନ୍ମ ତାରିଖ ଅନୁସାରେ କ୍ୟାରିଅର ବାଛିବା ଠିକ ପ୍ରମାଣିତ ହୋଇପାରେ। ଜନ୍ମ ତାରିଖ କେବଳ ବ୍ୟକ୍ତିର ବ୍ୟକ୍ତିତ୍ୱ ନୁହେଁ ବରଂ ରୋଜଗାର ସମ୍ପର୍କରେ ମଧ୍ୟ ଜାଣିହେବ। କେଉଁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି କେଉଁ ପେଶା ବାଛିବା ଦରକାର ଏବଂ ବ୍ୟବସାୟ ବା ଚାକିରୀରେ କିଛି ସମସ୍ୟା ଥିଲେ ତାକୁ କିଭଳି ଦୂର କରାଯାଇ ପାରିବ ପଢନ୍ତୁ।

୧.୧୦, ୧୯, ୨୮ – ଯଦି ଆପଣଙ୍କ ଜନ୍ମ ତାରିଖ ୧.୧୦, ୧୯, ୨୮ ହୋଇଥାଏ ତାହେଲେ ଆପଣଙ୍କ ସମ୍ବନ୍ଧ ସୂର୍ଯ୍ୟ ଓ ମଙ୍ଗଳ ସହିତ ଅଛି। ଆପଣଙ୍କ ପାଇଁ ପ୍ରଶାସନ, ଚିକିତ୍ସା ଓ ଟେକ୍ନିକାଲ କ୍ଷେତ୍ର ସବୁଠାରୁ ଉତ୍ତମ। କାଠ ଓ ଔଷଧ ବ୍ୟବସାୟ ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ରୋଜଗାରରେ ସମସ୍ୟା ଥିଲେ ତମ୍ବା ଧାରଣ କରନ୍ତୁ। ନିୟମିତ ସୂର୍ଯ୍ୟଙ୍କୁ ଜାଲ ଅର୍ପଣ କରନ୍ତୁ।

୨, ୧୧, ୨୦, ୨୯ – ଯଦି ଆପଣଙ୍କ ଜନ୍ମ ତାରିଖ ୨, ୧୧, ୨୦, ୨୯ ହୋଇଥାଏ ତାହେଲେ ଆପଣଙ୍କ ସମ୍ବନ୍ଧ ଚନ୍ଦ୍ରମା ଓ ଶୁକ୍ର ସହ ରହିଛି। କଳା, ଅଭିନୟ, ସଂଗୀତ, ସୌନ୍ଦର୍ଯ୍ୟ, ଜଳ କ୍ଷେତ୍ର ଆପଣଙ୍କ ପାଇଁ ଉତ୍ତମ। ଜଳ, ହସ୍ପିଟାଲ, ସୌନ୍ଦର୍ଯ୍ୟ ବ୍ୟବସାୟ ମଧ୍ୟ ଆପଣଙ୍କ ପାଇଁ ଉତ୍ତମ। ରୋଜଗାରରେ ସମସ୍ୟା ଥିଲେ ରୁପା ଧାରଣ କରନ୍ତୁ। ଭଗବାନ ଶିବଙ୍କ ଉପାସନା କରନ୍ତୁ।

୩, ୧୨, ୨୧, ୩୦ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ବୁଧ ଓ ବୃହସ୍ପତିଙ୍କ ସହ ରହିଛି। ଆପଣଙ୍କ ପାଇଁ ଶିକ୍ଷା, ଓକିଲାତି, ବୈଦିକ କ୍ଷେତ୍ର ଆଦି ଉତ୍ତମ। ରୋଜଗାରରେ ସମସ୍ୟା ଥିଲେ ସୁନା ଧାରଣ କରନ୍ତୁ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

୪, ୧୩, ୨୨, ୩୧ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ରାହୁ ଓ ଚନ୍ଦ୍ରଙ୍କ ସହ ରହିଛି। ଆପଣଙ୍କ ପାଇଁ ଟେକ୍ନିକାଲ, ଔଷଧ, ଜ୍ୟୋତିଷ, ତନ୍ତ୍ର-ମନ୍ତ୍ର ଆଦି କ୍ଷେତ୍ର ଉତ୍ତମ। ରୋଜଗାରରେ ସମସ୍ୟା ଥିଲେ ଷ୍ଟିଲ ମୁଦି ଧାରଣ କରନ୍ତୁ। ଭଗବାନ ଶିବଙ୍କୁ ଉପାସନା କରନ୍ତୁ।

୫, ୧୪, ୨୩ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ବୁଧ ଓ ସୂର୍ଯ୍ୟଙ୍କ ସହ ରହିଛି। ଆପଣଙ୍କ ପାଇଁ ଧନ, ଆଇନ, ପ୍ରଶାସନ ଓ କର୍ପୋରେଟ କ୍ଷେତ୍ର ଉତ୍ତମ। ଲେଖନ ଓ ସଂଗୀତ କ୍ଷେତ୍ରରେ ବି ଲାଭ ମିଳିପାରେ। ରୋଜଗାରରେ ସମସ୍ୟା ଥିଲେ କଂସା ଧାରଣ କରନ୍ତୁ। ଶ୍ରୀକୃଷ୍ଣଙ୍କ ଉପାସନା କରନ୍ତୁ।

୬, ୧୫, ୨୪ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ଶୁକ୍ର ଓ ବୁଧଙ୍କ ସହ ରହିଛି। ଆପଣଙ୍କ ପାଇଁ ଅଭିନୟ, ଫିଲ, ମିଡ଼ିଆ ଆଦି କ୍ଷେତ୍ର ଉତ୍ତମ। ଶିକ୍ଷା କ୍ଷେତ୍ରରେ ବି ଲାଭ ମିଳିବ। ରୋଜଗାରରେ ସମସ୍ୟା ହେଉଥିଲେ ରୁପା ମୁଦି ଧାରଣ କରନ୍ତୁ। ଶିବ ଓ ପାର୍ବତୀଙ୍କୁ ଉପାସନା କରନ୍ତୁ।

୭,୧୬, ୨୫ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ କେତୁ ଓ ଶୁକ୍ର ସହ ରହିଛି। ଆପଣଙ୍କ ପାଇଁ ଧର୍ମ, ଶିକ୍ଷା, କଳା ଅନୁସନ୍ଧାନ ଓ ଟେକ୍ନିକାଲ କ୍ଷେତ୍ର ଉତ୍ତମ। ରୋଜଗାରରେ ସମସ୍ୟା ଥିଲେ ସୁନା ଧାରଣ କରନ୍ତୁ। ଗଣେଶଙ୍କ ଉପାସନା କରନ୍ତୁ।

୮, ୧୭, ୨୬ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ଶନି ଓ ମଙ୍ଗଳ ସହ ରହିଛି। ଆପଣଙ୍କ ପାଇଁ ପ୍ରଶାସନ, ରାଜନୀତି, ଆଇନ, ଇଞ୍ଜିନିୟରିଂ ଆଦି କ୍ଷେତ୍ର ଉତ୍ତମ। ଅଧ୍ୟାତ୍ମ ଓ ତନ୍ତ୍ର-ମନ୍ତ୍ର କ୍ଷେତ୍ରରେ ବି ସଫଳ ହୋଇପାରନ୍ତି। ରୋଜଗାରରେ ସମସ୍ୟା ଥିଲେ ଲୁହା ମୁଦି ଧାରଣ କରନ୍ତୁ। ନିୟମିତ ଶନିଦେବ ଓ ହନୁମାନଙ୍କ ଉପାସନା କରନ୍ତୁ।

୯, ୧୮, ୨୭ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ମଙ୍ଗଳ ଓ ବୃହସ୍ପତିଙ୍କ ପ୍ରଭାବ ରହିଥାଏ। ଆପଣଙ୍କ ପାଇଁ ସେନା, ସାହସ, କାରଖାନା, ନିର୍ମାଣ କ୍ଷେତ୍ର ଆଦି ଉତ୍ତମ। ଶିକ୍ଷା କ୍ଷେତ୍ରରେ ବି ସଫଳ ହୋଇପାରିବେ। ରୋଜଗାରରେ ସମସ୍ୟା ଥିଲେ ତମ୍ବା ମୁଦି ଧାରଣ କରନ୍ତୁ। ନିୟମିତ ହନୁମାନଙ୍କ ପୂଜା କରନ୍ତୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,