ଅପରାଧ ରାଜ୍ୟ

କ୍ୟାପିଟାଲ କ୍ରାଇମ: ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ, ୪ ଗିରଫ

ଚନ୍ଦ୍ରଶେଖରପୁର: ସାଲିଆସାହି ତାରେଣୀ ନଗର ଅଞ୍ଚଳରେ ଥିବା ଦୁଇ କବାଡ଼ି ଗୋଦାମ ମାଲିକଙ୍କ ମଧ୍ୟରେ ଗତରାତିରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ମୈତ୍ରୀବିହାର ଥାନା ପୁଲିସ୍‌ ଗୋଟିଏ ଗୋଷ୍ଠୀର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ତାରେଣୀ ନଗର ବସ୍ତିର ବାପୁନି ପ୍ରଧାନ (୧୮), ଜୟନ୍ତ ପ୍ରଧାନ (୨୨), ସୀତା ପ୍ରଧାନ (୪୦) ଓ କୁନି ପ୍ରଧାନ (୪୩)। ପୁଲିସ୍ ସୂଚନାନୁଯାୟୀ, ଅଭିଯୁକ୍ତମାନେ ଗୋଟିଏ ପରିବାରର। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗତରାତିରେ ସେମାନେ ପ୍ରତିଦ୍ବନ୍ଦ୍ବୀ ପରିବାରକୁ ଆକ୍ରମଣ କରିଥିଲେ।

ଯୌତୁକ‌ ନିର୍ଯାତନାରୁ ମହିଳାଙ୍କ ଆତ୍ମହତ୍ୟା, ସ୍ବାମୀ ଗିରଫ

ଭୁବନେଶ୍ବର: ଯୌତୁକ ଦାବି କରି ପତ୍ନୀଙ୍କୁ ନିର୍ଯାତନା ଦେବା ଓ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଭଳି ସଂଗିନ୍ ଅଭିଯୋଗରେ ଆଜି ତମାଣ୍ଡୋ ଥାନା ପୁଲିସ ନୟାଗଡ଼ ରଣପୁର ଅଞ୍ଚଳର ରଂଜନ ସାହୁ(୨୩)କୁ କୋର୍ଟ ଚାଲାଣ କରିଛି। ରଂଜନ ଏଠାରେ ଲକ୍ଷ୍ମୀବିହାର ବସ୍ତିରେ ରହୁଥିଲା। ପୁଲିସ ସୂଚନାନୁସାରେ ୨୦୧୭ ମସିହାରେ ରଂଜନ ଓ ସ‌ନ୍ତୋଷୀ ସାହୁ ପ୍ରେମ ବିବାହ କରିଥିଲେ। କିନ୍ତୁ ବିବାହ ପରେ ରଂଜନ ଯୌତୁକ ଦାବି କରି ସନ୍ତୋଷୀଙ୍କୁ ନାନା ପ୍ରକାର ଅତ୍ୟାଚାର କରୁଥିଲା। ନିର୍ଯାତନା ଅସହ୍ୟ ହେବାରୁ ଗତ ୧୨ ତାରିଖ ରାତିରେ ସନ୍ତୋଷୀ ବିଷ ପିଇଦେଇଥିଲେ। ରଂଜନ ତୁରନ୍ତ ଗୁରୁତର ସନ୍ତୋଷୀଙ୍କୁ ଏମ୍‌ସରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଏମ୍‌ସରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରଦିନ ମୃତା ସନ୍ତୋଷୀଙ୍କ ବାପା ‌ଅନୁ ପଲେଇ ରଂଜନ ବିରୋଧରେ ଅଭିଯୋଗ କରିଥିଲେ।

୧୦ ଟନ୍‌ ଗୋ-ହାଡ଼ ବୋଝେଇ ଟ୍ରକ୍‌ ଜବତ, ୨ ଗିରଫ

ଭୁବନେଶ୍ବର: ଗୁରୁବାର ବିଳମ୍ବିତ ରାତିରେ ତମାଣ୍ଡୋ ଥାନା ପୁଲିସ ଗୋ-ହାଡ଼ ଚାଲାଣ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗର ଲାଲୁ ଆଚାର୍ଯ୍ୟ(୩୬) ଓ ସଞ୍ଜୟ ଦତ୍ତ(୬୭)। ପୁଲିସ ସେମାନଙ୍କଠାରୁ ଜବତ କରିଥିବା ଟ୍ରକ୍‌ରେ ୧୦ ଟନ୍‌ ଗୋ-ହାଡ଼ ରହିଛି। ଏହି ଗୋ-ହାଡ଼ ପଶ୍ଚିମବଙ୍ଗ ଯାଉଥିବା ସ୍ପଷ୍ଟ ହୋଇଥିଲେ ବି କେଉଁଠାରୁ ଆସୁଥିଲା, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁଲିସ ସୂଚନାନୁସାରେ ୧୬ ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍‌ ଏକ ଟ୍ରକ୍‌କୁ ସନ୍ଦେହ କରି ଗୋହିରା ଛକରେ ଅଟକାଇଥିଲା। କିନ୍ତୁ ଟ୍ରକ୍‌ ଚାଳକ ପୁଲିସକୁ ଖାତିର ନ କରି ଦ୍ରୁତବେଗରେ ଖସିଯିବାକୁ ଉଦ୍ୟମ କରିଥିଲା। ତେଣୁ ପୁଲିସ ଟିମ୍‌ ପିଛା କରି ଟ୍ରକକୁ କଳିଙ୍ଗବିହାର ଛକ ନିକଟରେ ଅଟକାଇଥିଲା। ଟ୍ରକ୍‌ରେ ଗୋ-ହାଡ଼ ଥିବା ଜଣାପଡ଼ିଥିଲା। କିନ୍ତୁ ଚାଲାଣ ସମ୍ପର୍କୀତ କାଗଜପତ୍ର କିଛି ନଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।