ମନୋରଞ୍ଜନ

କ୍ୟାପିଟାଲ୍ ଟୋକା

ବିଶ୍ବରୂପ କ୍ରିଏସନ୍‌ସ ବ୍ୟାନର୍‌ରେ ଚଳଚ୍ଚିତ୍ର ‘କ୍ୟାପିଟାଲ୍ ଟୋକା’ ନିର୍ମାଣ ହେବାକୁଯାଉଛି। ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି କାଳନ୍ଦୀ ଚରଣ ନାୟକ। ଏଥିରେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଉଛନ୍ତି ରାଜପ୍ରଦୀପ। ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି କ୍ରିଷ୍ଣା ଗୌରବ। ଗୀତ ରଚନା କରିଛନ୍ତି ଆପ୍ତକାମ ରଥ ଏବଂ କଣ୍ଠଦାନ କରିଛନ୍ତି ତାରିକ ଅଜିଜ୍‌। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଜିତେନ ଓ ପିପି।

ଜିତେନ ଜଣେ ସଫ୍ଟୱେର ପ୍ରଫେସନାଲ ହେଇଥିବା ବେଳେ ପିପି ଜଣେ ମଡେଲ। ବିଶ୍ବରୂପ କ୍ରିଏସନସର ଆଉ ଏକ ଚଳଚ୍ଚିତ୍ର ’ଧର୍ମାସୁର’ ମଧ୍ୟ ଜିତେନ ଓ ପିପିଙ୍କୁ ନେଇ ନିର୍ମାଣ ହେବାକୁଯାଉଛି। ଏହା ପୂର୍ବରୁ ଏଇ ବ୍ୟାନରରେ ଆକ୍ସନ ମୁଭି ‘ବିଶ୍ବରୂପ’ ଚଳଚ୍ଚିତ୍ର ନିର୍ମାଣ ହେଇଥିଲା। ନିକଟରେ ‘କ୍ୟାପିଟାଲ୍ ଟୋକା’ ଚଳଚ୍ଚିତ୍ରର ମ୍ୟୁଜିକ୍ ରିଲିଜ୍ ହେଇଯାଇଛି। ଜିତେନ ଓ ପିପିଙ୍କ କେମିଷ୍ଟ୍ରି କମ୍ବିନେସନକୁ ସୋସିଆଲ୍ ମିଡିଆରେ ଦର୍ଶକମାନେ ତାରିଫ କରିଛନ୍ତି। ଚଳଚ୍ଚିତ୍ରଟି ପ୍ରେକ୍ଷାଳୟକୁ ଆସିବା ପାଇଁ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଚାଲିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ