ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କ୍ୟାନସର୍ ପୀଡିତ ଶିଶୁକୁ ଖାସ୍ ଉପହାର ଦେଲେ ସାମସନ୍, ନେଟିଜେନ୍ସ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ, ୨୩|୦୮: ଭାରତ କେଏଲ ରାହୁଲଙ୍କ ନେତୃତ୍ୱରେ ଜିମ୍ବାଓ୍ୱେକୁ ଦିନିକିଆ ସିରିଜରେ ୩-୦ରେ ପରାସ୍ତ କରିଛି । ଏହାମଧ୍ୟରେ ଭାରତୀୟ ଓ୍ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନ ନିଜର ଏକ କାମ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି ।

ରିପୋର୍ଟ ଅନୁସାରେ, ସିରିଜର ଦ୍ୱିତୀୟ ଦିନିକିଆକୁ ଜିମ୍ବାଓ୍ୱେ କ୍ରିକେଟ୍ ବୋର୍ଡ କ୍ୟାନସର ପୀଡିତଙ୍କ ପାଇଁ ସମର୍ପିତ କରିଥିଲା । ଜିମ୍ବାଓ୍ୱେ ବୋର୍ଡ କହିଥିଲା ଯେ, ସେ କିଡଜ୍ କ୍ୟାନ୍ ଜିମ୍ବାଓ୍ୱେକୁ ସମର୍ଥନ କରୁଛି । ଏହି ପରିପ୍ରେକ୍ଷୀରେ ସାମସନ୍ ଜଣେ କ୍ୟାନସର ପୀଡିତ ଶିଶୁଙ୍କୁ ନିଜ ଅଟୋଗ୍ରାଫ୍ ଥିବା ଏକ ବଲ୍ ଉପହାର ଦେଇଥିଲେ ।

ଜିମ୍ବାଓ୍ୱେ ବୋର୍ଡ ଆହୁରି କହିଛି ଯେ, କିଡଜ୍ କ୍ୟାନ୍ ଜିମ୍ବାଓ୍ୱେ ଏନଜିଓକୁ ସେମାନେ ସମର୍ଥନ କରୁଛନ୍ତି । ଆବଶ୍ୟକୀୟ ସହଯୋଗ ଯୋଗାଉଛନ୍ତି । ଏହି ପରିପ୍ରେକ୍ଷୀରେ ସଞ୍ଜୁ ୬ ବର୍ଷର ଜଣେ ଶିଶୁଙ୍କୁ ଦେଖା କରିଥିଲେ । ଉପହାର ମଧ୍ୟ ଦେଇଥିଲେ । ତାଙ୍କର ଏହି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆ ୟୁଜରମାନେ ସଞ୍ଜୁ ହୃଦୟ ଜିତିଥିବା ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, ଭାରତ ଏହି ଦିନିକିଆ ସିରିଜରେ ଗୋଟିଏ ହେଲେ ମ୍ୟାଚ୍ ହାରିନାହି । ଦ୍ୱିତୀୟ ମୁକାବିଲାରେ ସଞ୍ଜୁ ସାମସନ୍ ୩୯ ବଲରୁ ୪୩ ରନ୍ କରିଥିଲେ । ଏହାସହ ଓ୍ୱିକେଟ୍ ପଛରେ ତିନି କ୍ୟାଚ୍ ଧରିଥିଲେ । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଭାରତ ଏହି ମୁକାବିଲାକୁ ୫ ଓ୍ୱିକେଟରେ ଜିତି ନେଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ