ଖେଳ

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଷ୍ଟୁଆର୍ଟ ବିନ୍ନି, କୌଣସି ଭାରତୀୟ ବୋଲର ଭାଙ୍ଗିପାରି ନାହାଁନ୍ତି ତାଙ୍କର ଏହି ରେକର୍ଡ

ନୂଆଦିଲ୍ଲୀ, ୩୦/୦୮: ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ବିନ୍ନି ସୋମବାର ଏନେଇ ଘୋଷଣା କରିଛନ୍ତି । ସେ ଦୀର୍ଘ ଦିନ ହେବ ଦଳରୁ ବାହାରେ ଥିଲେ । ୨୦୧୬ ପରେ ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିଲେ ।

୨୦୧୪ରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ପଦାର୍ପଣ କରିଥିଲେ ବିନ୍ନି । ସେ ଭାରତ ପାଇଁ ୬ଟି ଟେଷ୍ଟ , ୧୪ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାମରେ ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ବୋଲିଂର ରେକର୍ଡ ରହିଛି ।

୨୦୧୪ରେ ବିନ୍ନି ବାଂଲାଦେଶ ବିପକ୍ଷରେ ୪ ରନ୍ ଦେଇ ୬ଟି ଓ୍ୱିକେଟ୍ ନେଇଥିଲେ । ତାଙ୍କ ରେକର୍ଡ କେହି ଭାଙ୍ଗିପାରି ନାହାଁନ୍ତି । ସେ ଟେଷ୍ଟ କ୍ରିକେଟରେ ୧୯୪ ରନ୍ କରିବା ସହ ୩ଟି ଓ୍ୱିକେଟ୍ ନେଇଛନ୍ତି । ଦିନିକିଆ କ୍ରିକେଟରେ ସେ ୨୩୦ ରନ୍ କରିବା ସହ ୨୦ଟି ଓ୍ୱିକେଟ୍ ଓ ଟି୨୦ରେ ୩୫ ରନ୍ ଓ ଗୋଟିଏ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।

ଏହାସହ ବିନ୍ନି ପ୍ରଥମ ଶ୍ରେଣୀ କ୍ରିକେଟରେ ୯୫ ମ୍ୟାଚ୍ ଖେଳି ୪୭୯୬ ରନ୍ କରିଛନ୍ତି । ଏହାସହ ୧୪୮ଟି ଓ୍ୱିକେଟ୍ ହାସଲ କରିଛନ୍ତି । ସେହିପରି ୧୦୦ଟି ଲିଷ୍ଟ୍ ଏ ମ୍ୟାଚରେ ସେ ୧୭୮୮ ରନ୍ କରିବା ସହ ୯୯ ଓ୍ୱିକେଟ୍ ନେଇଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ