ଖେଳ

କ୍ରିକେଟକୁ ଅଲବିଦା କହିବେ ଜେମ୍ସ ଆଣ୍ଡରସନ ! ପୂର୍ବତନ ଖେଳାଳି କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୩୧/୦୮: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜ ଖେଳୁଛି । ସେପ୍ଟେମ୍ବର ୨ରୁ ଉଭୟ ଦଳ ମଧ୍ୟରେ ସିରିଜର ୪ର୍ଥ ମ୍ୟାଚ୍ ଖେଳା।ଯିବ। ଉଭୟ ଦଳ ଗୋଟିଏ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଅଛନ୍ତି । ଲିଡ୍ସ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପରାଜିତ ହୋଇଥିବା ବେଳେ ୪ର୍ଥ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ସେହିପରି ଇଂଲଣ୍ଡ ଦଳ ବିଜୟଧାରାକୁ ବଜାୟ ରଖିବା ପାଇଁ ପ୍ରୟାସ କରିବ। ତେବେ ସିରିଜ ପରେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ କ୍ରିକେଟକୁ ଅଲବିଦା କରିବେ । ଏହି ଭବିଷ୍ୟବାଣୀ କରିଛନ୍ତି ଇଂଲଣ୍ଡର ପୂର୍ବତନ ବୋଲର ଷ୍ଟିଭ୍‌ ହାର୍ମିସନ୍‌ ।

ଷ୍ଟିଭ୍‌ ହାର୍ମିସନ୍‌ କହିଛନ୍ତି ଯେ, ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ପରେ ଜେମ୍ସ ଆଣ୍ଡରସନ୍‌ କ୍ରିକେଟରୁ ସନ୍ନ୍ୟାସ ନେଇ ପାରନ୍ତି । ୫ମ ଟେଷ୍ଟ ଆଣ୍ଡରସନଙ୍କ ଶେଷ ଟେଷ୍ଟ ମ୍ୟାଚ୍‌ ହେବ । ଆଣ୍ଡରସନ୍‌ ଭାରତ ବିପକ୍ଷରେ ଆକର୍ଷଣୀୟ ବୋଲିଂ କରିଛନ୍ତି। ସନ୍ନ୍ୟାସ ନେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ଜିମ୍ମି ଶେଷ ଟେଷ୍ଟ ମ୍ୟାଚ ପରେ ସନ୍ନ୍ୟାସ ନେଇ ପାରନ୍ତି ବୋଲି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ବିପକ୍ଷ ଟେଷ୍ଟ ସିରିଜ ପରେ ଇଂଲଣ୍ଡ ଦଳ ଡିସେମ୍ବରରେ ଆସେସ୍‌ ସିରିଜ ଖେଳିବ। ଯାହା ପାଇଁ ପର୍ଯାପ୍ତ ସମୟ ଅଛି। ବର୍ତ୍ତମାନ ହେଉଛି ସବୁଠୁ ଉପଯୁକ୍ତ ସମୟ। ଜିମ୍ମି ଫର୍ମରେ ଥାଇ କ୍ରିକେଟକୁ ବାଏ ବାଏ କରିବା ଉଚିତ ।

ସୂଚନାଯୋଗ୍ୟ, ଚଳିତ ସିରିଜରେ ୩୯ ବର୍ଷିୟ ଆଣ୍ଡରସନ୍ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଚକମା ଦେଇଛନ୍ତି । ଏହି ସିରିଜରେ ସେ ଏବେସୁଦ୍ଧା ୧୩ଟି ଓ୍ବିକେଟ ନେଇଛନ୍ତି। ତାଙ୍କ ବୋଲିଂ ଭାରତୀୟ ଦଳର ଅଧିନାୟକ ତଥା ରନ୍ ମେସିନ ବିରାଟ କୋହଲିଙ୍କୁ ବେଶି ଅଡୁଆରେ ପକାଇଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ