ଅପରାଧ ରାଜ୍ୟ

କ୍ରସରରୁ ଚୋରି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ

ଗଜପତି ୨୩।୬: ଗଜପତି ଜିଲ୍ଲା ମୋହନା ଥାନl ବନ୍ଧାଗୁଡା ଗାଁରେ ଥିବା ଜଣେ ବ୍ୟକ୍ତିଙ୍କ କ୍ରସରରୁ ଚୋରି ଅଭିଯୋଗରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୋହନା ପୋଲିସ l ଗିରଫ ଅଭିଯୁକ୍ତ ହେଲେ ବନ୍ଧାଗୁଡା ଗାଁର ଅଜିତ ନାୟକ, ସେବାସ୍ତିଆନ ନାୟକ, ସୁନୀଲ ନାୟକ, ସାଇମନ ନାୟକ, ଅଭିନାଶ ନାୟକ, ଅଡବା ଗାଁର ନିରଞ୍ଜନ ବେହେରା ଓ ମୋହନାର ନାରାୟଣ ଦାସ । ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଅଟୋ, ୨ଟି ବ୍ୟାଟେରୀ ଓ ୧୧ଟି ଲୁହା ଡବା ଜବତ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୯ ତାରିଖରେ ପ୍ରଶାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ବନ୍ଧାଗୁଡା ଗାଁରେ ଥିବା କ୍ରସରରୁ ଚୋରୀ ହୋଇଥିବା ନେଇ ମୋହନା ଥାନାରେ ଅଭିଯୋଗ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।