ରାଜ୍ୟ ସ୍ପେଶାଲ ରିପୋର୍ଟ

କୌଣସି ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଗତ ୫ ବର୍ଷ ମଧ୍ୟରେ ରାଜ୍ୟର କୌଣସି ଚାଷୀଙ୍କ ଆୟ ଦୁଇ ଗୁଣ ହେବା ନେଇ ତଥ୍ୟ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟ ନିକଟରେ ତଥ୍ୟ ନାହିଁ। ଏକଥା ଆମେ କହୁନାହାନ୍ତି। ଲୋକସଭାରେ ଗୋଟିଏ ଅଣତାରକା ପ୍ରଶ୍ନ (୧୭୭୬)ର ଉତ୍ତରରେ ଦେବାକୁ ଯାଇ ଉଦ୍ୟାନ କୃଷି ନିର୍ଦେଶାଳୟ ଏଭଳି ସାଂଘାତିକ ସତ୍ୟ କହିଛନ୍ତି। ସେହିଭଳି ରାଜ୍ୟରେ ଗତ ପାଞ୍ଚବର୍ଷ ମଧ୍ୟରେ ଚାଷୀ ଆତ୍ମହତ୍ୟା ହୋଇନଥିବା ମଧ୍ୟ କୁହାଯାଇଛି।

ସୂଚନାନୁଯାୟୀ, ୨୦୧୬ ମସିହାରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ ହେବ। ଏହାକୁ ନେଇ କମିଟି ଗଠନ କରାଯାଇ ଚାଷୀଙ୍କ ଆୟ କିଭଳି ବୃଦ୍ଧି ପାଇବ, ସେଥିପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ମାତ୍ର ଏଥିସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଗଲା, ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିଲାନାହିଁ। ସ୍ଥିତି ଏଭଳି ହୋଇଛି ଯେ ଗତ ୨୦୨୨ ଏବଂ ଚଳିତ ୨୦୨୩ ମସିହା ବଜେଟ୍‌ ଅଭିଭାଷଣ ବେଳେ ଅର୍ଥମନ୍ତ୍ରୀ ଚାଷୀଙ୍କ ଆୟ ଦୁଇ ଗୁଣା ନେଇ କୌଣସି ଶବ୍ଦ ମଧ୍ୟ ଉଚ୍ଚାରଣ କଲେ ନାହିଁ।

ତଥ୍ୟ ଦାଖଲ କରି ସତ ଖୋଲିଦେଲା ଉଦ୍ୟାନ ନିର୍ଦ୍ଦେଶାଳୟ
ଗତ ପାଞ୍ଚବର୍ଷରେ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ହୋଇନାହିଁ

ଏ କ୍ଷେତ୍ରରେ ରାଜ୍ୟର ସ୍ଥିତି ଆହୁରି ଖରାପ। ୩ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କ ଆୟ ଦୁଇ ଗୁଣା କରିବା ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ୨୦୧୯ ମସିହାରେ ୧୮ ହଜାର ଚାଷୀଙ୍କ ଆୟ ଦୁଇ ଗୁଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ୨୦୨୨ ମସିହା ସୁଦ୍ଧା ଏହି ଲକ୍ଷ୍ୟ ହାସଲ ମଧ୍ୟ ହେଲା ନାହିଁ। ଆପିକଲ୍‌ ତଥ୍ୟ ଅନୁସାରେ ୩ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଆୟ ବହୁଗୁଣ କରିବା ଲକ୍ଷ୍ୟ ନେଇ ଅକ୍ଟୋବର ମାସରେ କୃଷି ବିଭାଗ ପକ୍ଷରୁ ରୋଡ୍‌ମ୍ୟାପ ପ୍ରସ୍ତୁତ ହୋଇଛି। କୃଷି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କୃଷି, ମତ୍ସ୍ୟ, ପଶୁପାଳନ, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦେଶକଙ୍କୁ ସାମିଲ କରାଯାଇଛି। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରୁ ଅନ୍ୟୂନ ୧ ଲକ୍ଷ ଚାଷୀଙ୍କୁ ଚିହ୍ନଟ କରାଯିବାକୁ ନିର୍ଦ୍ଦେଶ ହୋଇଛି। ସମନ୍ବିତ କୃଷି ପ୍ରଣାଳୀ ଅର୍ଥାତ‌୍ ଜଣେ ଚାଷୀ ଏକକାଳୀନ କୃଷି, ଉଦ୍ୟାନ, ପଶୁପାଳନ, ମତ୍ସ୍ୟ, କ୍ଷେତ ପୋଖରୀ ଖନନ କରି ନିଜ ଆୟ କିଭଳି ବହୁଗୁଣ କରିବ, ଏଥିପାଇଁ ଯୋଜନା ପ୍ରସ୍ତୁତ କରିଛି। କେତୋଟି ଜିଲ୍ଲା ୧ ଲକ୍ଷ ଚାଷୀଙ୍କୁ ଚିହ୍ନଟ କରିଛନ୍ତି, ଏହାକୁ ନେଇ କୃଷି ବିଭାଗ କୌଣସି ସୂଚନା ଦେଇନାହିଁ। ଚାଷୀଙ୍କ ଆୟ ବହୁଗୁଣ କରିବା ନେଇ କେନ୍ଦ୍ର ଭଳି ରାଜ୍ୟ ସରକାର ଭଣ୍ଡାଉଛନ୍ତି ନା ଏହାକୁ ନେଇ ପ୍ରକୃତରେ ଗମ୍ଭୀର ଅଛନ୍ତି, ଚଳିତ ବଜେଟ୍‌ରେ ସ୍ପଷ୍ଟ ହୋଇପାରିବ। ଉଦ୍ୟାନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଫଳ ଚାଷ ଯୋଜନା ଏବଂ ମସଲା ମିସନ କାର୍ଯ୍ୟକାରୀ କରାଯାଉଥିବା ନେଇ ଏହି ପ୍ରଶ୍ନର ଉତ୍ତରରେ ଦିଆଯାଇଛି।

ଏଠାରେ ଉଲ୍ଲେଖଥାଉକି, ୨୦୨୧ ମସିହାରେ ପ୍ରକାଶିତ ଏନ୍‌ଏସ୍‌ଏସ୍‌ ରିପୋର୍ଟ ଅନୁସାରେ ୨୦୧୮ ମସିହାରେ ଓଡ଼ିଶା ଚାଷୀଙ୍କ ମାସିକ ଆୟ ଦେଶର ଦ୍ବିତୀୟ ସର୍ବନିମ୍ନ ୫୧୧୨ ଟଙ୍କା ଥିଲା। ୫ ବର୍ଷ ଅର୍ଥାତ୍‌ ୨୦୧୮ ମସିହାରୁ ହିସାବ କରାଗଲେ ୨୦୨୩ ସୁଦ୍ଧା ଚାଷୀଙ୍କ ଆୟ ମାତ୍ର ୧୦ ହଜାର ୨୨୪ ହେବା କଥା। କିନ୍ତୁ ଉଦ୍ୟାନ ନିର୍ଦ୍ଦେଶାଳୟର ତଥ୍ୟ ଅନୁସାରେ ରାଜ୍ୟର କୌଣସି ଉଦ୍ୟାନ ଚାଷୀଙ୍କ ମାସିକ ଆୟ ଏହି ଲକ୍ଷ୍ୟ ହାସଲ କରିପାରିନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।