ଅପରାଧ ଦେଶ ବିଦେଶ ରାଜନୀତି

କୋଲକାତାରେ ବିଜେପି କର୍ମୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଦଳୀୟ ନେତା

ନୂଆଦିଲ୍ଲୀ ୬।୫: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା କମିବାର ନାଁ ନେଉନି । ଏ ଭିତରେ ଆଉ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ଉତ୍ତର କୋଲକାତାରୁ ମିଳିଛି । ରାଜ୍ୟ ବିଜେପି ନେତା କହିଛନ୍ତି ବିଜେପି ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଅର୍ଜୁନ ଚୌରାସିଆଙ୍କୁ ହତ୍ୟା କରି ଟଙ୍ଗାଇ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଉତ୍ତର ୨୪ ପ୍ରଗଣା କାଶୀପୁର ରେଲଓ୍ବେ କଲୋନୀରେ ଜମେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ରାତିରେ ଅନ୍ୟ ସ୍ଥାନରେ ହତ୍ୟା କରିବା ପରେ ତାଙ୍କ ମୃତଦେହ ଏଠାରେ ଝୁଲାଇ ଦେଇଥିବା ଅନୁମାନ କରାଯାଉଛି । ସେପଟେ ପ୍ରାଥମିକ ତଦନ୍ତ ଅନୁଯାୟୀ ଅର୍ଜୁନ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ପାଦ ଭୂମି ସ୍ପର୍ଶ କରିଛି ।

ଅର୍ଜୁନଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଥିଲା । ବହୁ ସମୟ ପରେ ବିଜେପି କାର୍ଯ୍ୟକର୍ତ୍ତା ମୃତଦେହକୁ ଛାଡିଥିଲେ । ସ୍ଥାନୀୟ ଅଞ୍ଚଳକୁ ଚିତପୁର ପୋଲିସ ସିଲ୍ କରିଦେଇଛି । ଲାଲବାଜାର ଅଞ୍ଚଳର ଗୁଇନ୍ଦା ବିଭାଗ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ତଳରେ ଉପସ୍ଥିତ ଅଛି ।

ବିଜେପି ନେତା କହିଥିଲେ ଯେ, ଅର୍ଜୁନ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ଆମେ ଗୁରୁବାର ରାତିରେ ତାଙ୍କ ନେତୃତ୍ବରେ ୨୦୦ ବାଇକ୍ ରାଲି ଆୟୋଜିତ କରିବାର ଯୋଜନା ମଧ୍ୟ କରିଥିଲୁ । ଶୁକ୍ରବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କୋଲକାତା ଗସ୍ତରେ ଯାଉଥିବା ବେଳେ ଏହି ଘଟଣା ପରେ ସମସ୍ତ ସ୍ବାଗତ କାର୍ଯ୍ୟକ୍ରମ ରଦ୍ଦ କରିଦିଆଯାଇଛି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର