ରାଜ୍ୟ

କୋରାପୁଟ ଲୋକସଭା ଟିକେଟ୍‌: ବିଜେଡିରୁ କୌଶଲ୍ୟା ନା ଅନସୂୟା

ରାୟଗଡ଼ା: କୋରାପୁଟ ସଂରକ୍ଷିତ ଲୋକସଭା ଆସନକୁ ପୁଣିଥରେ ହରେଇବାକୁ ଚାହୁଁନି ବିଜେଡି। ସେଥିପାଇଁ ଦକ୍ଷ ପ୍ରାର୍ଥୀ ଚୟନକୁ ଗୁରୁତ୍ବ ଦେଉଛି ଦଳ। ଏଥର ଦଳ ମହିଳା ପ୍ରାର୍ଥୀ ଦେଇପାରେ। ଗତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍‌କା। ପୁଣିଥରେ ସେ ପ୍ରାର୍ଥୀ ହେବାପାଇଁ ପ୍ରସ୍ତୁତ ହୋଇ ମଇଦାନକୁ ଓହ୍ଲାଇଛନ୍ତି। ପୂର୍ବତନ ସାଂସଦ ତଥା ବିଧାୟକ ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ୍ ହିକକାଙ୍କ ପତ୍ନୀ ହେଉଛନ୍ତି କୌଶଲ୍ୟା। ଶିକ୍ଷକତା ଛାଡି ରାଜନୀତିରେ ପାଦ ଦେଇଛନ୍ତି। ଝିନ ମାଓବାଦୀଙ୍କ ଦ୍ୱାରା ଅପହରଣ ଘଟଣା ପରଠାରୁ ନବୀନଙ୍କ ଶୁଭ ଦୃଷ୍ଟିରେ ଅଛନ୍ତି ତାଙ୍କ ପରିବାର। ସେଥିପାଇଁ କୌଶଲ୍ୟା ପୁଣି ବିଜେଡିରୁ ପ୍ରାର୍ଥୀ ହେବାନେଇ ନିଶ୍ଚିତ ଅଛନ୍ତି। କୋରାପୁଟ ସଂସଦୀୟ କ୍ଷେତ୍ର ଅଧିକାଂଶ ସମୟ ରାୟଗଡ଼ା ଜିଲ୍ଲାର ପ୍ରାର୍ଥୀଙ୍କ ହାତରେ ରହି ଆସିଛି। ଏପରିସ୍ଥଳେ, ରାୟଗଡା ଜିଲ୍ଲାରୁ ସାଂସଦ ପ୍ରାର୍ଥୀ ଆଶାୟୀ ତାଲିକାରେ ନୂଆ ନାମ ଯୋଡି ହୋଇଛି। ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନସୂୟା ମାଝୀ ବିଜେଡିର କୋରାପୁଟ ସାଂସଦ ପ୍ରାର୍ଥୀ ପାଇଁ ବି ଆଶାୟୀ ଥିବା ଜଣାପଡ଼ିଛି। ବିଜେଡି ଜଣେ ନୂଆ ଚେହେରାକୁ ପ୍ରାର୍ଥୀ କରି ଅନ୍ୟ ଦଳକୁ ଚେକମେଟ୍‌ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି।

ଅନସୂୟା ପୂର୍ବତନ ମନ୍ତ୍ରୀ ଅନନ୍ତରାମ ମାଝୀଙ୍କ କନ୍ୟା। ବହୁ ବର୍ଷ ଧରି ବିଜେଡିରେ ଥିଲେ। ସେ ଉଚ୍ଚଶିକ୍ଷିତା ଏବଂ କଂଗ୍ରେସ ପରିବାରରୁ ଆସି ବିଜେଡିରେ ସାମିଲ ହୋଇଛନ୍ତି। ଏପରିସ୍ଥଳେ, କୋରାପୁଟ ସଂସଦୀୟ ପ୍ରାର୍ଥୀ ପାଇଁ ବିଜେଡିରୁ ଦୁଇ ଆଦିବାସୀ ମହିଳା ନେତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତାର ନୂଆ ରଙ୍ଗ ଆଣିବ ବୋଲି ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।