ରାଜ୍ୟ

କୋରାପୁଟ ଜିଲ୍ଲାରେ ୮୭ହଜାର ୨୮୦ହେକ୍ଟର ଜମିରେ ହେବ ରବି ଚାଷ

ଜୟପୁର: ରବି ଚାଷ ପାଇଁ ଗୋଟିଏ ପଟେ ଚାଷୀ ମୁଣ୍ଡରେ ପଗଡ଼ି ଭିଡିବା ସହ ଜମିରେ ଓହ୍ଲାଇ ପଡ଼ିଛି। ସରକାରୀ ବିହନ ଓ ସାର ପାଇଁ ଅପେକ୍ଷା ନ କରି ହାଇବ୍ରୀଡ ବିହନ, ଘରୋଇ କଂପାନୀ ଗୁଡିକ ନିକଟରୁ ରାସୟନିକ ସାର ଆଣି ଜମିରେ ପକାଇ ଚାଷ କାମ ଆରମ୍ଭ କରିସାରିଲାଣି। ହଳକୁ ଅପେକ୍ଷା କରିବା ବଦଳରେ ପାୱରଟିଲର ଲଗାଇ କାଦୁଅ କରିବା ବି ଆରମ୍ଭ କରିଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିଚାଷ ୨୦୨୩-୨୪ବର୍ଷ ପାଇଁ କେତେ ଚାଷ ହେବ ‌ତାହାର ସଂପୁର୍ଣ୍ଣ ବିବରଣୀ ଓ ଯୋଜନା ପ୍ରସ୍ତୁତ କରାଯାଇଛି।

କୋରାପୁଟ ଜିଲ୍ଲାରେ ଏବର୍ଷ ଖାଦ୍ୟଶସ୍ୟ ବର୍ଗରେ ୨୫ହଜାର ୯୪୦ହେକ୍ଟର ଓ ଡାଲି, ତୈଳବୀଜ , ମସଲା, ଆଖୁ,ଲେମନଗ୍ରାସ ଆଦି ୬୧ହଜାର ୩୪୦ହେକ୍ଟର ଏଭଳି ସର୍ବମୋଟ ୮୭ହଜାର ୨୮୦ହେକ୍ଟର ଜମିରେ ଚାଷ କରାଯାଉଛି। ଉପ‌ରକୋଲାବ ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ସହ ବିଭିନ୍ନ ଜଳସ୍ରୋତରୁ ୭୪ହଜାର ୫୭୦ହେକ୍ଟର ଜମିକୁ ପାଣି ମାଡ଼ୁଥିବା କହିଛନ୍ତି ମୁଖ୍ୟଜିଲ୍ଲା କୃଷି ଅଧିକାରୀ ବିଶ୍ବରାଜ ରଥ। ୧୨ହଜାର ୭୧୦ହେକ୍ଟର ଜମିରେ ପାଣି ମାଡ଼ୁନଥିଲେ ହେଁ ଜମି ଗୁଡିକର ଆଦ୍ରାତା ଓ ଖାଲଜମି ହୋଇଥିବାରୁ ଏଥିରେ ସେଭଳି ଚାଷ କରାଯାଉଛି। ଗତ ତିନି ବର୍ଷ ହେବ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ଏହି ବର୍ଷ ୪ହଜାର ୪୬୪ହେକ୍ଟର ଜମିରେ ଚାଷ ପାଇଁ ଛଡାଯାଇଛି। ଗତ ବର୍ଷ ତୁଳନାରେ ଏହି ବର୍ଷ ଗହମ ୩୧ହେକ୍ଟର,  ମକା ୨୫୨୪ହେକ୍ଟର ମାଣ୍ଡିଆ ୨୨୨ହେକ୍ଟର, ଡାଲି ‌ଜାତୀୟ ୩୯୭୫ହେକ୍ଟର, ତୈଳବୀଜ ଜାତୀୟ ୨୦୯୨ହେକ୍ଟର ଓ ଆଖୁ ୨୩୫ହେକ୍ଟର ଏଭଳି ୯୦୭୯ହେକ୍ଟର ଅଧିକା ଚାଷ କରାଯାଉଛି।  ଗତ ବର୍ଷ ତୁଳନାରେ ଧାନ୧୧୦୦ହେକ୍ଟର, ପନିପରିବା୫୨୫୭,  ଗରମ ମସଲା ୫୬ ଓ ଲେମନଗ୍ରାସ ୯୫୭ହେକ୍ଟର ଏଭଳି ସର୍ବମୋଟ ୭୩୭୦ହେକ୍ଟର କମ୍ ଚାଷ କରାଯାଉଛି।

୨୦୨୩-୨୪ବର୍ଷରେ ଜିଲ୍ଲାରେ ଧାନ୨୦ହଜାର ୮୨୦ହେକ୍ଟର ,ପନିପରିବା ୨୪ହଜାର ହେକ୍ଟର , ଲେମନ୍ ଗ୍ରାସ ୧୨୫୩ହେକ୍ଟର ଓ ଗରମ ମସଲା ୩୮୭୦ହେକ୍ଟରରେ ଚାଷ କରାଯାଉଛି। ଏବର୍ଷ ଗହମ ୪୦ହେକ୍ଟର, ମକା ୪୩୦୦ହେକ୍ଟର ଓ  ମାଣ୍ଡିଆ ୭୮୦ହେକ୍ଟର , ଡାଲିଜାତୀୟ ୨୦ହଜାର ୬୦ହେକ୍ଟର, ତୈଳଜାତୀୟ୫ହଜାର ୭୧୦ହେକ୍ଟର, ଓଆଖୁ ୬୪୪୭ହେକ୍ଟର ଜମିରେ ଚାଷ କରାଯାଉଛି।

ଏଥରକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିଚାଷ ପାଇଁ ଖାଦ୍ୟଶସ୍ୟ ବିହନ ୪୧୦୫କୁଇଣ୍ଟାଲ ଓ ଅନ୍ୟାନ୍ୟ ବିହନ ୫୩୯କୁଇଣ୍ଟାଲ ଏଭଳି ୪୬୪୪କୁଇଣ୍ଟାଲ ବିଭିନ୍ନ ବିତରକଙ୍କ ନିକଟରେ ବିକ୍ରୀ ପାଇଁ ଦିଆଯାଇଥିଲା।  ସେଭଳି ବିଭିନ୍ନ ବିତରକଙ୍କୁ ୟୁରିଆ ୬୫୦୦ମେଟ୍ରୀକ ଟନ, ଏସଏସପି ୬୦୦ଏମଟି, ଡିଏପି ୩୫୦୦ଏମଟି, ଏମଓପି ୧୦୦୦ଏମଟି, କ‌ମ୍ପ୍ଲେକ୍ସ ୩୨୦୦ଏମଟି ଏଭଳି ୧୪ହଜାର ୮୦୦ଏମଟି ସାର ଯୋଗାଇଦେବା ବି ଲକ୍ଷ୍ୟ ରହିଛି ବୋଲି  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।