ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋରାନ୍‌ ସଂକ୍ରାନ୍ତ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ, ଆବେଦନକାରୀଙ୍କୁ ୫୦ ହଜାର ଜରିମାନା

ନୂଆଦିଲ୍ଲୀ: ମୁସଲିମ ଧର୍ମଗ୍ରନ୍ଥ କୋରାନ୍‌ର ନିର୍ଦ୍ଦିଷ୍ଟ୨୬ଟି ଶ୍ଳୋକ (ଆୟାତ)କୁ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥି ସହିତ ଆବେଦନକାରୀ ତଥା ଉତ୍ତରପ୍ରଦେଶର ସିଆ ​କେନ୍ଦ୍ରୀୟ ଵାକଫ୍‌ ବୋର୍ଡ ପୂର୍ବତନ ଅଧ୍ୟକ୍ଷ ସୟଦ ଵାସିମ ରିଜ୍‌ବିଙ୍କ ଉପରେ ଅଦାଲତ ଏଭଳି ଆବେଦନ ପାଇଁ ୫୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ମାମଲାରେ ରିଜ୍‌ବି ଦର୍ଶାଇଥିଲେ ଯେ ସଂପୃକ୍ତ ୨୬ଟି ଶ୍ଳୋକ ମୂଳ କୋରାନ୍‌ର ଅଂଶବିଶେଷ ନୁହେଁ। ଏହାକୁ ପରବର୍ତ୍ତୀ ସଂସ୍କରଣମାନଙ୍କରେ ଯୋଡ଼ାଯାଇଥିବା ବେଳେ ସେଗୁଡ଼ିକ ହିଂସାକୁ ପ୍ରଚୋଦିତ କରିବା ସହ ଆତଙ୍କବାଦ ଓ ଜିହାଦ ଆଦିକୁ ପ୍ରୋତ୍ସାହିତ କରୁଛି। ତେବେ ଅନେକ ସଂଗଠନ ରିଜ୍‌ବିଙ୍କୁ ଏଥିପାଇଁ ସମାଲୋଚନା କରିଥିଲେ। ମାମଲାର ଆଜି ଶୁଣାଣି ବେଳେ ଏଭଳି ଆବେଦନ ପୂରା ତୁଚ୍ଛ ବୋଲି ଜଷ୍ଟିସ ଆର୍‌ ନରିମାନ୍‌ଙ୍କ ଖଣ୍ଡପୀଠ କହିବା ସହ ତାହାକୁ ଖାରଜ କରିଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ