ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ପତ୍ର

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପ୍ରବାହ ଦ୍ରୁତ ବୃଦ୍ଧି ପାଉଥିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସହଯୋଗ କରିବା ନିମନ୍ତେ ଭାରତ ସରକାରଙ୍କର କେତେକ ମନ୍ତ୍ରାଳୟ ଏବଂ କ୍ଷମତାପ୍ରାପ୍ତ ସଂଗଠନ ଏକତ୍ର କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବମାନଙ୍କ ପ୍ରତି ଏକ ପତ୍ରରେ ସେ ଉପରୋକ୍ତ କଥା ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଯଥେଷ୍ଟ ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମି ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ।

ଏଥିପାଇଁ ଗତବର୍ଷ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ର ମନ୍ତ୍ରାଳୟ ଓ ବିଭାଗମାନଙ୍କ ପ୍ରତ୍ୟକ୍ଷ ବା ସେମାନଙ୍କ ‘ପିଏସ୍‌ୟୁ’ ନିୟନ୍ତ୍ରଣରେ ଥିବା ଡାକ୍ତରଖାନାମାନଙ୍କରେ ‘ଆଇସିୟୁ’, ‘ଭେଣ୍ଟିଲେଟର୍‌’ ସୁବିଧା ଥିବା ‘ଆଇସୋଲେସନ୍‌ ବେଡ୍‌’ ପ୍ରସ୍ତୁତ କରିବା ଆବଶ୍ୟକ।

ଆପଣମାନଙ୍କ ନିୟନ୍ତ୍ରଣରେ ଥିବା ଡାକ୍ତରଖାନାମାନଙ୍କରେ କୋଭିଡ୍‌ ରୋଗୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ହସ୍ପିଟାଲ୍‌ କିଂବା ପୃଥକ୍‌ ବ୍ଲକ୍‌ ବ୍ୟବସ୍ଥା କରନ୍ତୁ। ଏହିସବୁ ସ୍ୱତନ୍ତ୍ର ହସ୍ପିଟାଲ୍‌କୁ ଯାତାୟାତ ନିମନ୍ତେ ପୃଥକ୍‌ ପ୍ରବେଶ ଓ ପ୍ରସ୍ଥାନ ପଥ ରଖିବା ବ୍ୟବସ୍ଥା କରନ୍ତୁ। ଏଥିରେ ମଧ୍ୟ ସବୁ ପ୍ରକାର ସୁବିଧା ରହିବା ଉଚିତ।

ସାମ୍ପ୍ରତିକ ପରିସ୍ଥିତି ଠିକ୍‌ ଗତବର୍ଷ ଭଳି ଆପଣମାନଙ୍କ ସାହାଯ୍ୟ ସହଯୋଗ ଆଶା କରୁଛି। ତେଣୁ, ଯେତେ ସମ୍ଭବ ସେତେ ଅଧିକସଂଖ୍ୟକ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ କରନ୍ତୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ