ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ୍‌-୧୯ ଦ୍ୱିତୀୟ ପ୍ରବାହ ଆଶଙ୍କା: ପୁଣି ଖୋଲିବ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବ୍ରହ୍ମପୁର କୋଭିଡ୍‌ ହସ୍ପିଟାଲ୍‌

ବ୍ରହ୍ମପୁର: କରୋନାଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ପ୍ରବାହ ଆଶଙ୍କା ଥିବାରୁ ସହରର ଉପକଣ୍ଠରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ୍‌ ପୁଣି ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି।
ଗଞ୍ଜାମ ଜିଲ୍ଲାରେ କୋଭିଡ୍‌-୧୯ ନୂତନ ସଂକ୍ରମଣ ମାମଲା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା କାରଣରୁ ଆସନ୍ତା ନଭେମ୍ବର ୩୦ ତାରିଖରୁ ଟାଟା କୋଭଡ୍‌ ହସ୍ପିଟାଲ୍‌ ବନ୍ଦ କରିବାକୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାଛଡ଼ା ଟାଟା କୋଭଡ୍‌ ହସ୍ପିଟାଲ୍‌ରେ ବେଡ୍‌ ମଧ୍ୟ ଖୁବ୍‌ କମ୍‌ ଆବଶ୍ୟକ ପଡୁଥିବା ଲକ୍ଷ୍ୟ କରାଯାଇଥିଲା। ତେଣୁ, ଏହି ହସ୍ପିଟାଲ୍‌ରେ ଆଉ ନୂଆ ରୋଗୀ ଭର୍ତ୍ତି ନ କରାଇବାକୁ ଅନୁରୋଧ କରାଯାଇଥିଲା।

କିନ୍ତୁ, ଜିଲ୍ଲାରେ କୋଭିଡ୍‌-୧୯ ଦ୍ୱିତୀୟ ସଂକ୍ରମଣ ସମ୍ଭାବନା ପ୍ରତି ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ତା’ର ନିଷ୍ପତ୍ତି ବଦଳାଇବାରୁ ଶୀତଳପଲ୍ଲୀ ଟାଟା କୋଭିଡ୍‌ ହସ୍ପିଟାଲ୍‌ ଏବଂ କନିସି ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ୍‌ ପୂର୍ବଭଳି ଚାଲିବ। ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି।
ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ୍‌ରେ ୩୦ଟି ‘ଆଇସିୟୁ’ ବେଡ୍‌ ଏବଂ ଟାଟା କୋଭିଡ୍‌ ହସ୍ପିଟାଲ୍‌ରେ ୫୫ଟି ‘ଆଇସିୟୁ’ ବେଡ୍‌ ସହ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଚିକିତ୍ସା ଚାଲିବ। ଏହା ବ୍ୟତିରେକେ, ‘ଏମ୍‌କେସିଜି’ କୋଭିଡ୍‌ ହସ୍ପିଟାଲ୍‌ରେ ସାଧାରଣ ଏବଂ ‘ଆଇସିୟୁ’ ବେଡ୍‌ ପୂର୍ବଭଳି ଚାଲିବା ସହ କୋଭିଡ୍‌-୧୯ ଆକ୍ରାନ୍ତମାନଙ୍କର ଚିକିତ୍ସା କରାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ