ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଭିଡ୍‌ରେ ୨୨ ହଜାର ଶ୍ରମିକ ଉଭାନ

କଟକ : କଟକ ଜିଲ୍ଲାର ୨୨ ହଜାର ୩୨୬ ଶ୍ରମିକ କୋଭିଡ୍‌ ସମୟରୁ ଉଭାନ ହୋଇଯାଇଛନ୍ତି । ସେମାନଙ୍କର ଆଉ ପତ୍ତା ମିଳୁନି। ଯାହାଫଳରେ, ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆସିଥିବା ସାଢ଼େ ୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଏବେ ବିଭିନ୍ନ ବ୍ଳକ୍‌ ଓ ପୌର ସଂସ୍ଥାରେ ପଡ଼ିରହିଛି। ନିୟମ ଅନୁସାରେ, ଯେଉଁ ଶ୍ରମିକ ନାହାନ୍ତି ସେମାନଙ୍କ ସହାୟତା ରାଶି ଫେରି ଯିବା କଥା। ମାତ୍ର, ବାରମ୍ବାର ଚିଠି ସତ୍ତ୍ବେ ୫ଟି ବ୍ଲକ୍‌ର ବିଡିଓ ତଥ୍ୟ ଅଥବା ବିନିଯୋଗ ପ୍ରମାଣପତ୍ର ମଧ୍ୟ ଦାଖଲ କରୁ ନଥିବା ଜଣାପଡ଼ିଛି।

୫ ବ୍ଲକ୍‌, ୨ ପୌରସଂସ୍ଥାରେ ପଡ଼ିଛି ପାଖାପାଖି ସାଢ଼େ ୩ କୋଟି
ଶ୍ରମ ବିଭାଗର ଚିଠି ସତ୍ତ୍ବେ ଟଙ୍କା ଫେରାଉ ନାହାନ୍ତି ବିଡିଓ ଓ ନିର୍ବାହୀ ଅଧିକାରୀ

କୋଭିଡ୍‌ ପାଇଁ ଜୀବିକା ହରାଇ ଭିଟାମାଟିକୁ ଫେରି ଆସିଥିବା ଶ୍ରମିକଙ୍କ ପାଇଁ ସରକାର ସହାୟତା ରାଶି ଘୋଷଣା କରିଥିଲେ। ପ୍ରତି ଶ୍ରମିକଙ୍କ ପାଇଁ ୧୫ଶହ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଥିଲା। ସେହି ଆଧାରରେ କଟକ ଜିଲ୍ଲାର ପଞ୍ଜୀକୃତ ୧ ଲକ୍ଷ ୮୭ହଜାର ୫୩୧ ଜଣ ଶ୍ରମିକଙ୍କ ପାଇଁ ସରକାର ୨୮କୋଟି ୧୨ ଲକ୍ଷ ୯୬ ହଜାର ୬୦୦ଟଙ୍କା ପ୍ରଦାନ କରିଥିଲେ। ସେହି ଟଙ୍କାକୁ ଠିକ୍‌ ଢଙ୍ଗରେ ବଣ୍ଟନ ପାଇଁ ସମସ୍ତ ୧୪ଟି ବ୍ଲକ୍‌ର ବିଡିଓ, ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏପରିକି ସେମାନଙ୍କୁ ଶ୍ରମିକଙ୍କ ତାଲିକା ମଧ୍ୟ ପ୍ରଦାନ କରାଯାଇଥିଲା। କିନ୍ତୁ, ସବୁ ଶ୍ରମିକ ପାଉଣା ପାଇନାହାନ୍ତି। ଅର୍ଥାତ୍‌ ୧ ଲକ୍ଷ ୮୭ହଜାର ୫୩୧ ଜଣ ଶ୍ରମିକଙ୍କ ମଧ୍ୟରୁ ୧‌ଲକ୍ଷ ୬୫ହଜାର ୨୦୫ଜଣ ଶ୍ରମିକ କରୋନା ସହାୟତା ରାଶି ପାଇଛନ୍ତି। ଅବଶିଷ୍ଟ ୨୨ହଜାର ୩୨୬ଜଣ ସହାୟତା ରାଶି ପାଇ ପାରିନଥିବା ଜଣାପଡିଛି। ଫଳରେ, ସେମାନଙ୍କ ପାଇଁ ଥିବା ୩ କୋଟି ୩୪ ଲକ୍ଷ ୮୯ ହଜାର ଟଙ୍କା ଏବେ ବି ବ୍ଲକ୍‌ ଆଉ ପୌରସଂସ୍ଥାରେ ପଡ଼ିରହିଛି।

ହସ୍ତଗତ ସୂଚନା ଅନୁସାରେ, କଟକ ଜିଲ୍ଲାର ୧୪ଟି ବ୍ଲକ୍‌ ମଧ୍ୟରୁ ୫ଟି ବ୍ଲକ୍‌ ଅର୍ଥାତ୍ ନିଆଳି, ବଡ଼ମ୍ବା, ବାଙ୍କୀ, ଡମପଡା, ନରସିଂହପୁର ଆଜି ପର୍ଯ୍ୟନ୍ତ କେତେ ଟଙ୍କା ବାଣ୍ଟିଲେ, କେତେ ବଳକା ରହିଲା ତାର ତଥ୍ୟ ଦେଇ ନାହାନ୍ତି। ଶ୍ରମ ବିଭାଗର ବାରମ୍ବାର ଚିଠି ସ‌ତ୍ତ୍ବେ ବଳକା ଟଙ୍କା ବି ଫେରସ୍ତ କରୁ ନାହାନ୍ତି। ଏଥିସହ ଚୌଦ୍ବାର ପୌରପରିଷଦ, ଆଠଗଡ଼ ଏନ୍‌ଏସିକୁ ଯାଇଥିବା ସହାୟତା ରାଶିରୁ କେତେ ବଣ୍ଟା ଯାଇଛି, କେତେ ବଳକା ରହିଛି ସେ ତଥ୍ୟ ଆସୁନି କି ବଳକା ଟଙ୍କା ବି ଶ୍ରମ ବିଭାଗକୁ ଫେରସ୍ତ ଯାଉନି। ଇତିମଧ୍ୟରେ ଦେଢ ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ବି ୨୨ ହଜାର ଶ୍ରମିକଙ୍କ ସ୍ଥିତିକୁ ନେଇ ଏବେ ସ‌ମସ୍ତେ ସନ୍ଦିହାନ। ପ୍ରକୃତରେ ସେହି ନାମଧାରୀ ଶ୍ରମିକ ଅଛନ୍ତି ନା ନାହିଁ, ଯଦି ଅଛନ୍ତି ସେମାନେ ସେମାନଙ୍କ ଗାଁରେ ଅଛନ୍ତି ନା ପୁଣି ଭିଟାମାଟିଠାରୁ ଦୂରେଇ ଗଲେଣି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ ପଞ୍ଜୀକରଣ କରି ବି ସେମାନଙ୍କ ପାଖରେ କିଭଳି ଟଙ୍କା ପହଞ୍ଚିଲା ନାହିଁ, ତାହା ବି ଏକ ବିବାଦୀୟ ପ୍ରସଙ୍ଗ ହୋଇରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।