ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଣାର୍କ ଉତ୍ସବ ଆଜିଠାରୁ, ଶିଳ୍ପୀଙ୍କ ଅପେକ୍ଷାରେ ମୁକ୍ତାକାଶ ରଙ୍ଗମଞ୍ଚ

କୋଣାର୍କ : ଶାତ୍ସୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ ‘କୋଣାର୍କ ଉତ୍ସବ’ ଆଜି ଆରମ୍ଭ ହେବ। ଚଳିତ ମାସ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ସୂର୍ଯ୍ୟମନ୍ଦିର ନିକଟରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଶାତ୍ସୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର କଳାକାରମାନେ ପାଞ୍ଚଦିନ ଧରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। ନୃତ୍ୟଶିଳ୍ପୀମାନଙ୍କ ନୁପୁରର ପ୍ରତିଧ୍ବନିତ ହେବା ଅପେକ୍ଷାରେ ମୁକ୍ତକାଶ ରଙ୍ଗମଞ୍ଚ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବ ବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ପ୍ରତିବର୍ଷ କୋଣାର୍କ ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।