ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଣାର୍କରେ ଆଜି ଗଡ଼ିବ ସୂର୍ଯ୍ୟରଥ

କୋଣାର୍କ : ଆଜି ସୂର୍ଯ୍ୟ ଉପାସନା ସହିତ ଜଡ଼ିତ ପବିତ୍ର ଶାମ୍ବଦଶମୀ। ଏଥିପାଇଁ ସାଧୁସନ୍ଥଙ୍କ ସମାଗମରେ କୋଣାର୍କ ଚଳଚଞ୍ଚଳ ହୋଇଛି। ଶାମ୍ବଦଶମୀ ତିଥି ଅବସରରେ ଗତକାଲିଠାରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟ ସୌର ମହାଯଜ୍ଞ ମଣ୍ଡପରେ ପରିସରରେ ତ୍ରିଦିବସୀୟ ସୌର ମହାଯଜ୍ଞ ଆରମ୍ଭ ହୋଇଛି। ସନାତନ ସଂସ୍କୃତିର ପ୍ରାଚୀନପୀଠ ସୂର୍ଯ୍ୟମନ୍ଦିର ସଂଲଗ୍ନ ଅବଧୁତ ମଠ ପରିସରରେ ଓଡ଼ିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ ଜାରି ରହିଥିବା ତ୍ରିଦିବସୀୟ ବିଶ୍ବଶାନ୍ତି ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯାଇଛି। ରବିବାର ପ୍ରତ୍ୟୁଷରୁ ଅବଧୁତ ମଠ ପରିସରରୁ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥଯାତ୍ରା ଆରମ୍ଭ ହେବ।

ସୂର୍ଯ୍ୟନାରାୟଣଙ୍କ ଚଳନ୍ତି ପ୍ରତିମା ବିମାନବିଜେ ପରେ ଶ୍ରଦ୍ଧାଳୁମାନେ ରଥ ଟାଣିବେ। ଏନେଇ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସୂର୍ଯ୍ୟରଥ ଅବଧୁତ ମଠରୁ ବାହାରି ଅର୍କକ୍ଷେତ୍ର ପରିକ୍ରମା କରିବା ପରେ ଚନ୍ଦ୍ରଭାଗାରେ ପହଞ୍ଚିବେ। ସେଠାରେ ୨୭ ତିଥି ନକ୍ଷତ୍ରରେ ପୂଜା ହେବା ପରେ ମାଘସପ୍ତମୀ ତିଥିରେ ପୁଣି ଅବଧୁତ ମଠକୁ ବାହୁଡ଼ିବେ। ସୂର୍ଯ୍ୟରଥ ଚନ୍ଦ୍ରଭାଗାରେ ପହଞ୍ଚିବା ପରେ ଅପରାହ୍ଣରେ ଜଗନ୍ନାଥ ମନ୍ଦିର ସନ୍ନିକଟ ସୌର ମହାଯଜ୍ଞ ମଣ୍ଡପରେ ଜାରି ରହିଥିବା ତ୍ରିଦିବସୀୟ ସୌର ମହାଯଜ୍ଞର ପୂର୍ଣ୍ଣାହୁତି ହେବ। ସୂର୍ଯ୍ୟ ରଥଯାତ୍ରା ପାଇଁ କୋଣାର୍କ ଉତ୍ସବମୁଖର ହୋଇପଡ଼ିଥିବା ସମୟରେ ସୌର ମହାଯଜ୍ଞ ନିକଟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତିର ଦାବି ଅନୁଯାୟୀ ଗତ କିଛିବର୍ଷ ଧରି ଶାମ୍ବଦଶମୀରେ ସୂର୍ଯ୍ୟମନ୍ଦିରକୁ ପ୍ରବେଶଶୁଳ୍କ ଛାଡ଼ ରହୁଛି। ଅନୁରୂପ ଭାବେ ଚଳିତବର୍ଷ ମଧ୍ୟ ବିନା ଟିକେଟରେ ପର୍ଯ୍ୟଟକ ମାନେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିପାରିବେ ବୋଲି ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।