ଅପରାଧ ରାଜ୍ୟ

କୋଟିପତି R.W.S.S.ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଘରୁ ମିଳିଲା କୋଟିଏ ୭୫ ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ସି

ଭୁବନେଶ୍ୱର ୨୯/୧୦: ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଠାରୁ ୧ କୋଟି ୭୫ ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ ସି ଜବତ ହୋଇଛି। ପ୍ରଥମ ଥର ରାଜ୍ୟର କୌଣସି ସରକାରୀ କର୍ମଚାରୀଙ୍କ ଘରୁ ଏତେ ପରିମାଣରେ କ୍ରିପ୍ଟୋ କରେନ୍ ସି ମିଳିଛି। ସବିଶେଷ ତଥ୍ୟ ପାଇଁ କ୍ରିପ୍ଟୋ ଏକସପର୍ଟଙ୍କ ସାହାଯ୍ୟ ନେଇଛି ଭିଜିଲାନ୍ସ।

ଭୁବନେଶ୍ବର R.W.S.S. ସର୍କଲରେ କାର୍ଯ୍ୟରତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଏସ.ପି.ଙ୍କ କାର୍ଯ୍ୟାଳୟକୁ ଅଣାଯାଇ ଅଟକ ରଖାଯାଇଛି । ତାଙ୍କର ଭୁବନେଶ୍ୱର ଅଫିସ୍ ସମେତ ଖୋର୍ଦ୍ଧା, ସମ୍ବଲପୁର, ବରଗ଼ଡ଼ର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି । ଖାରବେଳନଗର ସ୍ଥିତ ୩ ବି.ଏଚ୍.କେ. ଫ୍ଲାଟ୍ , ସମ୍ବଲପୁରର ୨ ମହଲା ଘର , ସମ୍ବଲପୁରରେ ୮ ଟି ପ୍ଲଟ୍ , ୧ କୋଟିରୁ ଅଧିକ ମୂଲ୍ୟର ଏକ ଜାଗାକୁ ସିଜ୍ କରାଯାଇଛି । ୨ଟି ନାମୀ ଦାମି ୪ ଚକିଆ ଯାନ , ୨ଟି ବାଇକ୍ , ବ୍ୟାଙ୍କ୍ ଡିପୋଜିଟ ଆକାଉଣ୍ଟ , ଏହାସହିତ କ୍ରିପଟୋ କରେନ୍ସି କାଗଜପତ୍ର ଜବତ କରାଯାଇଛି ।

ଭୁବନେଶ୍ବରସ୍ଥିତ ଅଫିସ୍, ଭୁବନେଶ୍ବର ଖାରବେଳନଗର ସ୍ଥିତ ଫ୍ଲାଟ୍, ସମ୍ବଲପୁର ମୋଦିପଡ଼ାରେ ଥିବା ପୈତୃକ ଘର, ବରଗଡ଼ ସ୍ଥିତ ଘର, ଭୁବନେଶ୍ବର ଖାରବେଳନଗର ସ୍ଥିତ ସମ୍ପର୍କୀୟଙ୍କ ଘର, ଖୋର୍ଦ୍ଧା ଗାନ୍ଧିନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା ଭୁବନେଶ୍ବର ଭିଜିଲାନ୍ସ ଟିମ୍ । ସ୍ପେଶାଲ ଜଜ୍ ଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ୫ ଜଣ ଡି.ଏସ୍.ପି., ୧୨ ଜଣ ଇନସ୍ପେକ୍ଟର, ଜଣେ ସବ୍-ଇନସ୍ପେକ୍ଟର, ୧୧ ଜଣ ଏ.ଏସ୍.ଆଇ. ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।