ଅପରାଧ ଦେଶ ବିଦେଶ ରାଜ୍ୟ

କୋଟିଏ ଟଙ୍କା ପାଖରେ ଅମର-ସେଜଲ୍ ଲଭ୍ ଷ୍ଟୋରୀ, ବିବାହ ପାଇଁ ଅମରକୁ ହୋଇନି ବୟସ

ସେଜଲଙ୍କ ପାଳିତ ଆମେରିକୀୟ ମାଆଙ୍କଠୁ କୁଆଡ଼େ କୋଟିଏ ଆଣିବାକୁ ଚାହୁଁଥିଲା ଅମର। କାଉନସେଲିଂ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟକୁ ନେଇ ଚାରିଆଡ଼େ ହଇଚଇ । ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

କାହାଣୀ ପରେ କାହାଣୀ, ଟୁଇଷ୍ଟ ପରେ ଟୁଇଷ୍ଟ। ସିନେମା ବି ଫିକା ପଡ଼ିଯିବ, ବହୁଚର୍ଚ୍ଚିତ ଅମର-ସେଜଲ ପ୍ରେମ କାହାଣୀ ଆଗରେ। ମିଛ କାନ୍ଦରୁ ଆରମ୍ଭ ହୋଇଥିବା ଷ୍ଟୋରୀ ଏବେ ପହଞ୍ଚିଛି କୋଟିଏ ଟଙ୍କା ପାଖରେ। ସେଜଲଙ୍କ ପାଳିତ ଆମେରିକୀୟ ମାଆଙ୍କଠୁ କୁଆଡ଼େ କୋଟିଏ ଆଣିବାକୁ ଚାହୁଁଥିଲା ଅମର। କାଉନସେଲିଂ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟକୁ ନେଇ ଚାରିଆଡ଼େ ହଇଚଇ ।ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ଏପଟେ ଆଗକୁ କଣ ହେବ ସେଜଲର ଭବିଷ୍ୟତ- ତାକୁ ନେଇ ପଢ଼ନ୍ତୁ ଏଇ ରିପୋର୍ଟ । 

ଅମର-ସେଜଲ୍ ଲଭ୍ ଷ୍ଟୋରୀ । ପ୍ରେମ କମ୍ ଟୁଇଷ୍ଟ୍ ବେଶି । ଆମେରିକାଠୁ ଓଡ଼ିଶା ଦୂର ଯେତିକି, କାହାଣୀରେ ସସପେନ୍ସ ସେତିକି ।
ମିଛ କାନ୍ଦ, ମିଛ ଲୁହ, ମିଛ ଅଭିଯୋଗରେ ମାଆ-ଝିଅର ସମ୍ପର୍କକୁ କାଠଗଡ଼ାରେ ଛିଡ଼ା କରି ଦରିଆ ଡେଇଁ ଚାଲିଆସିଥିବା ପୂଜା ଓରଫ୍ ସେଜଲ୍ ଏବେ ମଝି ଦରିଆରେ। କାରଣ ଯେଉଁ ଅମର ପ୍ରେମର ଦ୍ବାହିଦେଇ ଆମେରିକାର ଜୀବନକୁ ପରକରି ଓଡ଼ିଶା ଧାଇଁ ଆସିଥିଲେ, ସେଇ ଅମର ଏବେ ବିବାଦରେ। ପ୍ରେମ କାହାଣୀର ଫର୍ଦ୍ଦ ଗଡ଼ାଉ ଗଡ଼ାଉ ସାମ୍ନାକୁ ଆସିଛି ଅମର ଷଡ଼ଯନ୍ତ୍ରର ମାଳମାଳ ଫର୍ଦ୍ଦ। କାଉନସେଲିଂ ବେଳେ ମିଳିଥିବା ସୂଚନା ହୋସ୍ ଉଡ଼ାଇ ଦେବା ଭଳି।

କୋଟିଏ ଟଙ୍କା ମାଗିବାକୁ ନେଇ ବିବାଦରେ ଅମର

କୁହାଯାଉଛି- ପାଳିତ ଆମେରିକୀୟ ମାଆଙ୍କଠୁ ଟଙ୍କା ଆଣିବାକୁ ସେଜଲଙ୍କୁ ବାଧ୍ୟ କରିଥିଲା ଅମର। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟିଏ ଟଙ୍କା ଆଣିବାକୁ ଯୋଜନା କରିଥିଲା ଏହି ଚର୍ଚ୍ଚିତ ପ୍ରେମିକ। ଏଥିପାଇଁ ଜଣେ ସମ୍ପର୍କୀୟଙ୍କ ଆକାଉଣ୍ଟ ଡିଟେଲ୍ସ ବି ଦେଇଥିଲା। ଯାହାକୁ ନେଇ ଛାନଭିନ ଆରମ୍ଭ କରିଛି ପୋଲିସ । ନାରୀ ସଂଘ ତରଫରୁ ଥାନାରେ ଏତଲା ହୋଇଥିବାବେଳେ ମାମଲା ରୁଜୁ କରି ଅମରକୁ ପଚରାଉଚରା କରାଯାଇଛି । ଆଗକୁ ଆର୍ଥିକ କାରବାରର ତଦନ୍ତ ବି ହୋଇପାରେ। ଟଙ୍କା ପାଇଁ ଅମର ସେଜଲଙ୍କୁ ବ୍ଲାକ ମେଲିଂ କରୁଥିଲା ନା ଉଭୟ ମିଶି ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିଲେ ତାହା ବି ତଦନ୍ତ ସାପେକ୍ଷ ? ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି । 

ଓଡ଼ିଶା ଫେରିବା ପରଠୁ ବାଲେଶ୍ବର ନାରୀ ଶକ୍ତି ସଦନରେ ସେଜଲ୍। ଗତକାଲି ଅମର ଜବରଦସ୍ତି ସେଠାକୁ ପଶିବାକୁ ଉଦ୍ୟମ କରିଥିଲା। ସେଠାରେ କାଉନସେଲିଂ ସମୟରେ ନିଜର କୌଣସି ପରିଚୟପତ୍ର କିମ୍ବା ବାପାମାଆଙ୍କ ଠିକଣା ଦେଇପାରିନଥିଲା। ସେ ସେଜଲଙ୍କୁ ବିବାହ କରିବାକୁ କହୁଥିଲେ ବି ତାର ବିବାହ ଯୋଗ୍ୟ ବୟସ ହୋଇନାହିଁ। ରୋଜଗାର ମଧ୍ୟ ସନ୍ତୋଷଜନକ ନୁହେଁ। ସେପଟେ ପ୍ରେମରେ ପଡ଼ି ଓଡ଼ିଶା ପଳାଇଆସିଥିବା ସେଜଲ୍ ଅମର ବିବାହ ନକଲେ ପାଳିତା ମାଆଙ୍କ ପାଖକୁ ଫେରିଯିବାକୁ ଇଚ୍ଛା କରୁଥିବା କୁହାଯାଉଛି। ତେବେ ବିନା ଦୋଷରେ ବଦନାମ ମୁଣ୍ଡାଇଥିବା ପାଳିତା ମାଆ ଆଉ ଗ୍ରହଣ କରିବେ ତ ସେଜଲକୁ ? 

ସେଜଲଙ୍କ ମିଛ କାନ୍ଦକୁ ସତ ଭାବି ଦୁଇ ଦେଶର ଦୂତାବାସ ଏଥିରେ ହସ୍ତକ୍ଷେପ କରିଥିଲେ । ସେଜଲ ସିନା ମିଛକୁ ମାନିଯାଇଛନ୍ତି, ହେଲେ ଆଇନର ଜାଲରେ ଛନ୍ଦି ହୋଇଯାଇଛନ୍ତି ପାଳିତ ମାଆ। ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ତାଙ୍କୁ କର୍ମସ୍ଥଳୀରୁ ସସପେଣ୍ଡ କରାଯିବା ସହିତ ତଦନ୍ତ ଚାଲୁଛି। ଏପଟେ ସେଜଲର ପ୍ରେମ ଆଉ ଭାଗ୍ୟ ଉଭୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି। ଆଗକୁ ଅନ୍ତର୍ଜାତୀୟ ସ୍ତରରେ ପୋଷ୍ୟଗ୍ରହଣ ସମୟରେ ମଧ୍ୟ ସେଜଲ୍ କାହାଣୀ ସମସ୍ୟା ହୋଇ ଠିଆ ହୋଇପାରେ। ଦେଖିବାକୁ ବାକିରହିଲା, ଆଗକୁ ଅମର-ସେଜଲ ପ୍ରେମକାହାଣୀ ଆଉ କେଉଁ ମୋଡ଼ ନେଉଛି। 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ